ଭାଉଜ ଓ ଦୁଇ ସହପାଠି ମିଶି ୧୦ମ ଶ୍ରେଣୀ ଛାତ୍ରୀଙ୍କୁ କଲେ ଗଣଦୁଷ୍କର୍ମ, ଜାଣନ୍ତୁ ପୁରା ଘଟଣା…

ଚଣ୍ଡିଗଡ: ହରିଆଣାର ହିସାର୍‌ ପୁଲିସ ୧୭ ବ‌ର୍ଷିୟ ଏକ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ଯୁବକ ଓ ଜଣେ ମହିଲାଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୀଡିତା ଏହି ଘଟଣା ପରେ ବିଷ ପିଇ ଅତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି, ତାଙ୍କୁ ତୁରନ୍ତ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଅନୁସାରେ ପୀଡିତା ୧୦ମ ଶ୍ରେଣୀର ଛାତ୍ରୀ । ଚଳିତ ଅକ୍ଟୋବର ୧୫ ତାରିଖରେ ସେ ଯେତେବେଳେ ପଶୁଙ୍କୁ ଖାଇବାକୁ ଦେଉଥିଲେ ଜଣେ ମହିଳା, ଯିଏ ତାଙ୍କ ସମ୍ପର୍କରେ ଭାଉଜ ହେବେ ତାଙ୍କ ପାଖକୁ ଆସିଥିଲୋ । ସେଠାରେ ତାଙ୍କ ପରିଚିତ ଦୁଇ ଯୁବକ ମଧ୍ୟ ଉପସ୍ଥିତ ଥିଲେ । ଦୁଇ ଯୁବକ ପୀଡିତାଙ୍କୁ ସେଠାରୁ ଉଠାଇ ନେଇ ଘର ଭିତରେ ବନ୍ଦକରି ତାଙ୍କ ସହ ଜବରଦସ୍ତ ବଳତ୍କାର କରିଥିଲେ । ଏହି ସମୟରେ ମହିଳା ଜଣଙ୍କ ଘର ବାହାରେ ପହରା ଦେଉଥିଲେ ।

ଏହି ଘଟଣା ପରେ ପୀଡିତା ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କ ବାପା-ମା’ ପହଞ୍ଚି ଯିବାରୁ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ପୁଲିସକୁ ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଦୁଇ ଜଣ ପୀଡିତାଙ୍କ ସହପାଠି ବୋଲି ଜଣା ପଡିଛି । ଜଣେ ୧୦ମ ଶ୍ରେଣୀରେ ପଢୁଥିବା ବେ‌େଳ ମୁଖ୍ୟ ଅଭିଯୁକ୍ତ ଦ୍ୱାଦଶ ଶ୍ରେଣୀ‌ର ଛାତ୍ର। ଦୁଇ ଯୁବକ ଓ ମହିଲାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି କିନ୍ତୁ ଏ ପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି ।

ସମ୍ବନ୍ଧିତ ଖବର