ଘରେ ଛାଡ଼ିବାକୁ କହି ୫ ବର୍ଷର ଶିଶୁ କନ୍ୟା ସହ ଦୁଷ୍କର୍ମ

ବାରାବଙ୍କୀ: ଉତ୍ତରପ୍ରଦେଶ ବାରାବଙ୍କୀର ଏକ ଗ୍ରାମରେ ଘରେ ଛାଡିଦେବାକୁ କହି ଜଣେ ଯୁବକ ୫ ବର୍ଷୀୟ ଏକ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କ୍ଷେତରେ କାମ କରୁଥିବା ପିତାଙ୍କୁ ଦେଖା କରିବାକୁ ଯାଇଥିବା ଶିଶୁଟିକୁ ମୋଟର ସାଇକେଲରେ ବୁଲାଇବା ସହ ଘରେ ଛାଡିଦେବାକୁ କହି ସେହି ଗାଁର ଜଣେ ୧୮ ବର୍ଷୀୟ ଯୁବକ ଝିଅଟିକୁ ନେଇଆସିଥିଲା । ନିକଟରେ ଥିବା ଏକ କ୍ଷେତରେ ତା’ ସହ ଦୁଷ୍କର୍ମ କରିବା ପରେ ଝିଅଟିକୁ ଘର ପାଖରେ ଛାଡି ଚାଲିଯାଇଥିଲା । ସନ୍ଦେହ ହେବାରୁ ଝିଅର ମାଆ ପଚାରିବା ପରେ ଝିଅଟି ସବୁ କଥା କହିଥିଲା । ପରେ ନିକଟସ୍ଥ ଥାନାରେ ଅଭିଯୋଗ କଲାପରେ ପୁଲିସ ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର