ନବ ବିବାହିତାଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ହରିୟାଣା କୁରୁକ୍ଷେତ୍ରର ବାବାଇନ୍‌ ଅଂଚଳର ଜଣେ ନବବିବାହିତାଙ୍କୁ ତାଙ୍କର ସ୍ବାମୀଙ୍କ ସମେତ ୭ ଜଣ ସଂପର୍କୀୟ ଗଣଦୁଷ୍କର୍ମ କରିବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ବିବାହ ରାତିରେ ହିଁ ଏହି ଅମାନୁଷିକ କାଣ୍ଡ ଘଟିଥିବା ବେଳେ ପୀଡ଼ିତା ଏବଂ ତାଙ୍କ ପରିବାରକୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିବା ଜଣାପଡ଼ିଛି। ଏହି ଘଟଣା ଗତ ୧୩ ତାରିଖରେ ଘଟିଥିବା ବେଳେ ଗତକାଲି ପୀଡ଼ିତାଙ୍କ ପିତା ପୁଲିସରେ ଏତଲା ଦେଇଛନ୍ତି। ମାମଲାର ଗମ୍ଭୀରତା ଦୃଷ୍ଟିରୁ ପୁଲିସ ୨ଟି ସ୍ବତନ୍ତ୍ର ଟିମ୍‌ ଗଠନ କରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପ୍ରୟାସ ଆରମ୍ଭ କରିଛି। ପୀଡ଼ିତା ମହିଳାଙ୍କ ସ୍ବାମୀ, ତାଙ୍କର ଭାଇ ଏବଂ ଜାମାତାଙ୍କ ସମେତ ଅନ୍ୟ ୪ ଜଣ ଅଜଣା ବ୍ୟକ୍ତି ଗତ ୧୩ ତାରିଖ ରାତିରେ ଦୁଷ୍କର୍ମ କରିଥିଲେ। କୌଣସି ତାନ୍ତ୍ରିକ ପ୍ରରୋଚନାରେ ପୀଡ଼ିତାଙ୍କ ସ୍ବାମୀ ଏଭଳି ପୈଶାଚିକ କାଣ୍ଡ ପାଇଁ ଯୋଜନା କରିଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର