ବାନ୍ଦା(ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲା ଅନ୍ତର୍ଗତ ଭଦଓ୍ଵାଲ ଗାଁ ନିକଟରେ ୩ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀ ଏବଂ ଦିଅରଙ୍କ ସାମନାରେ ଗଣଦୁଷ୍କର୍ମ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ଅଭିଯୋଗ ପାଇ ବାନ୍ଦା ଥାନା ପୁଲିସ ସଂପୃକ୍ତ ପୀଡ଼ିତାଙ୍କୁ ଡାକ୍ତରଖାନା ପଠାଇବା ସହ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଛାନ୍ଭିନ୍ ଚଳାଇଛି।
ସୂଚନାନୁଯାୟୀ, ମହିଳା ଜଣକ ଗତକାଲି ତାଙ୍କ ସ୍ୱାମୀ ଏବଂ ଦିଅରଙ୍କ ସହ ଭଦଓ୍ଵାଲ ଗାଁର ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ସେମାନେ ସେଠାରୁ ସନ୍ଧ୍ୟା ବେଳେ ଫେରିବା ବାଟରେ ବାନ୍ଦା-ଚିତ୍ରକୁଟ ସୀମାରେ ଏକ ନଈ ପାରିହେଉଥିଲେ। ଏତିକିବେଳେ ତିନି ଜଣ ଅଜଣା ବନ୍ଧୁକଧାରୀ ସେମାନଙ୍କୁ ବନ୍ଧୁନମୁନରେ ଧମକାଇ ଚ଼ିକଟ ଜଙ୍ଗଲ ଭିତରକୁ ଅପହରଣ କରିନେଇଥିଲେ। ସେଠାରେ ଏକ କୁଡ଼ିଆ ପାଖରେ ମହିଳାଙ୍କ ସ୍ୱାମୀ ଏବଂ ଦିଅରଙ୍କୁ ଦୁଇ ଜଣ ଦୁର୍ବୃତ୍ତ ବନ୍ଧୁକ ଧରି ଜଗି ରହିଥିବା ବେଳେ ମହିଳାଙ୍କୁ କୁଡ଼ିଆ ଭିତରେ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ମହିଳାଙ୍କ ସ୍ୱାମୀ ଓ ଦିଅର ଜୀବନ ଭୟରେ କେବଳ ନିରବଦ୍ରଷ୍ଟା ସାଜିଥିଲେ। ଦୁଷ୍କର୍ମକାରୀମାନେ ସେମାନଙ୍କୁ ସେହି ଜଙ୍ଗଲରେ ଛାଡ଼ି ପଳାଇବା ପରେ ପୀଡ଼ିତା ତାଙ୍କ ପରିବାର ଲୋକଙ୍କ ସହ ଆସି ବାନ୍ଦା ପୁଲିସକୁ ଜଣାଇଥିଲେ। ସେମାନଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଦୁର୍ବୃତ୍ତମାନଙ୍କୁ ଧରିବା ଲାଗି ସ୍ଥାନୀୟ ଅଞ୍ଚଳରେ ତଲାସ ଜାରି ରଖିଛି।
ସ୍ୱାମୀଙ୍କ ଆଗରେ ବନ୍ଧୁକମୁନରେ ଗଣଦୁଷ୍କର୍ମ
/sambad/media/post_attachments/wp-content/uploads/2018/01/delhi_rape_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)