ଦିଲ୍ଲୀରେ ନିଶା ଦେଇ ମହିଳାଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରେ ଜଣେ ୨୩ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ଚାକିରି କରାଇ ଦେବା ଆଳରେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ପୁଲିସ ନିକଟରେ ହୋଇଥିବା ଏତଲାରୁ ଜଣାପଡ଼ିଛି। ଡିସିପି (ଦକ୍ଷିଣ) ବିଜୟ କୁମାର କହିଛନ୍ତି, ପୀଡ଼ିତା ମହିଳା ଜଣକୁ ଅତୁଲ ଗୁପ୍ତା ନାମକ ଜଣେ ବ୍ୟକ୍ତି ଦିଲ୍ଲୀରେ ଚାକିରି କରାଇଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ସେପ୍ଟେମ୍ବର ୨ ତାରିଖରେ ସେ ଫୋନ୍‌ କରି ପୀଡ଼ିତାଙ୍କୁ ଏକ ସିନେମା ହଲ୍‌ ନିକଟକୁ ଡାକିଥିଲା। ସେ ପହଞ୍ଚିବା ପରେ ତାଙ୍କୁ ମୃଦୁ ପାନୀୟ ଯାଚିଥିଲା। ଏହି ନିଶାମିଶା ମୃଦୁ ପାନୀୟକୁ ପିଇବା ପରେ ମହିଳା ଜଣକ ଚେତା ହରାଇଥିଲେ। ସଙ୍ଗେ ସଙ୍ଗେ ଗୁପ୍ତା ତାଙ୍କୁ ଦକ୍ଷିଣ ଦିଲ୍ଲୀର ଶାହପୁର ଜଟ୍‌ ନିକଟସ୍ଥ ଏକ ଘରକୁ ନେଇ ରାତିସାରା ଦୁଷ୍କର୍ମ କରିଥିଲା। ମହିଳାଙ୍କ ଡାକ୍ତରୀ ମାଇନା ପରେ ଦୁଷ୍କର୍ମ କରାଯାଇଥିବା ନେଇ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର