ନାବାଳିକାଙ୍କ ସହିତ ଦୁଷ୍କର୍ମକାରୀଙ୍କୁ ୪ଥର ଫାଶୀ ଦିଆଯାଉ: ଲାହୋର ହାଇକୋର୍ଟ

ଲାହୋର: ପାକିସ୍ତାନର ପଞ୍ଜାବରେ ୭ବର୍ଷ ବୟସର ନାବାଳିକାଙ୍କ ସହିତ ଦୁଷ୍କର୍ମ ପରେ ହତ୍ୟା ଘଟଣା ନେଇ ଲାହୋର ହାଇକୋର୍ଟ ଶନିବାର ବଡ଼ ଧରଣର ରାୟ ଶୁଣାଇଛନ୍ତି। ହାଇକୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ପାଇବା ପରେ କହିଛନ୍ତି, ଦୁଷ୍କର୍ମକାରୀଙ୍କୁ ୪ ଥର ଫାଶୀ ଦିଆଯାଉ। ଏହି ମାମଲାକୁ ସଙ୍ଗୀନ ମନେ କରି କୋର୍ଟ କହିଛନ୍ତି, ଦୁଷ୍କର୍ମକାରୀଙ୍କୁ ୪ ଥର ଫାଶୀ ମିଳିବା ଦରକାର। କୋର୍ଟ ଏହି ମାମଲାର ଶୁଣାଣି ୨ ମାସ ଭିତରେ ଶୁଣାଇଛନ୍ତି।

କସୁର ସହରରେ ଘଟିଥିବା ଏହି ଘଟଣାକୁ ନେଇ ପୁରା ପାକିସ୍ତାନର କୋଣ ଅନୁକୋଣରେ ଆଲୋଚନା ହୋଇଥିଲା। ନାବାଳିକାଙ୍କ ସହିତ ଦୁଷ୍କର୍ମ ଓ ପରେ ହତ୍ୟା ଅଭିଯୋଗରେ ପଡୋଶୀ ଇମରାନ ଅଲିଙ୍କୁ ଗିରଫ କରାଯାଇଥିଲା। ଏହି ମାମାଲାର ଶୁଣାଶି କରି ହାଇକୋର୍ଟ ୨୪ ବର୍ଷିଅ ଦୋଷୀଙ୍କୁ ଫାଶୀ ଦେବାକୁ ରାୟ ଶୁଣାଇଛନ୍ତି।

ଏହି ମାମଲା ନେଇ ପାକିସ୍ତାନର ଜନତା ଅନେକ ସହରରେ ପ୍ରଦର୍ଶନ କରିଛନ୍ତି। ଏହି ଘଟଣାକୁ ପାକିସ୍ତାନର ନିର୍ଭୟା ବୋଲି କୁହାଯାଇଛି। ଏତଦ୍‌ବ୍ୟତୀତ ପାକିସ୍ତାନ ବ୍ୟତୀତ ଅନ୍ୟ ଦେଶମାନଙ୍କରେ ମଧ୍ୟ ପ୍ରବଳ ନିନ୍ଦା କରାଯାଇଛି। କୋର୍ଟ ଫାଶୀ ଦଣ୍ଡାଦେଶ ବ୍ୟତୀତ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ଗତ ଜାନୁଆରି ୫ରେ ନାବାଳିକା ନିଖୋଜ ହୋଇଥିଲା। ପିତା-ମାତା ସାଉଦୀ ଆରବ ଯାଇଥିବାରୁ ନାବାଳିକା ଜଣେ ସମ୍ପର୍କୀୟଙ୍କ ସହିତ ରହୁଥିଲେ। ଏହା ପରେ ଜାନୁଆରି ୯ରେ ଶାହାବାଜ ଖାନ୍‌ ରୋଡ ନିକଟରେ ଅଳିଆ ଗଦା ଭିତରୁ ନାବାଳିକାର ମୃତଦେହ ଜବତ କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ କରାଯାଇଥିଲା।

ସମ୍ବନ୍ଧିତ ଖବର