ଅଲିଗଡ଼: ଡିଏନଏ ରିପୋର୍ଟ ଦେଲା ଜାମିନ। ବର୍ଷ ବର୍ଷ ଧରି ଜେଲରେ ବନ୍ଦୀ ଜୀବନ କାଟିବାରୁ ବଞ୍ଚିଗଲେ ୨୮ବର୍ଷୀୟ ଯୁବକ। ନାବାଳିକାର ଅସଲ ଚେହେରା ସାମ୍ନାକୁ ଆଣିଲା ଡିଏନଏ ରିପୋର୍ଟ। ୨୮ବର୍ଷୀୟ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ କରି ତାଙ୍କ ପେଟରେ ଥିବା ଶିଶୁଟି ଦୁଷ୍କର୍ମକାରୀର ବୋଲି କହିଥିଲେ ନାବାଳିକା। ହେଲେ ଡିଏନଏ ରିପୋର୍ଟରେ ଆସିଲା କିଛି ଅଲଗା ତଥ୍ୟ। ରିପୋର୍ଟରେ ନାବାଳିକା ଯେଉଁ ଯୁବକଙ୍କୁ ତାଙ୍କ ପିଲାର ବାପା ବୋଲି କହୁଥିଲେ, ରିପୋର୍ଟରେ ତାହା ମିଛ ବୋଲି ପ୍ରମାଣ ହୋଇଛି। ଅଲିଗଡ଼ରେ ଘଟିଥିବା ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ସୂଚନା ମୁତାବକ, ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ବାପା। ଅଭିଯୁକ୍ତ ଯୁବକ ତାଙ୍କ ଘରକୁ ପ୍ରତିଦିନ ଆସୁଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ। କାହାକୁ ନଜଣାଇବା ପାଇଁ ଧମକ ଦେଉଥିବାରୁ ପୀଡ଼ିତା କାହାକୁ କିଛି କହିନଥିଲେ। ହେଲେ ପୀଡ଼ିତା ୭ମାସ ଗର୍ଭବତୀ ହେବା ପରେ ବାଧ୍ୟ ହୋଇ ପରିବାର ଲୋକଙ୍କୁ ସବୁ ଜଣାଇଥିଲେ। ଏନେଇ ପୀଡ଼ିତାଙ୍କ ବାପା ଅଭିଯୋଗ କରିବା ପରେ ଫେବ୍ରୁଆରି ୨୬,୨୦୧୯ରେ ଅଭିଯୁକ୍ତକୁ ଗିରଫ କରାଯାଇ ଜେଲ ପଠାଯାଇଥିଲା। ଜୁଲାଇ ୨୦୨୦ରେ ଡିଏନଏ ଟେଷ୍ଟ ପାଇଁ ନମୁନା ନିଆଯାଇଥିବା ବେଳେ ଏବେ ରିପୋର୍ଟରେ ଦୁଷ୍କର୍ମ ପାଇଁ ଗିରଫ ହୋଇଥିବା ଯୁବକ ପୀଡ଼ିତାଙ୍କ ଶିଶୁର ବାପା ନୁହନ୍ତି ବୋଲି ଜଣାପଡ଼ିଛି।

Rape accused in Aligarh gets bail after DNA test shows he didn't father teen victim's kid Justdial

ଯୁବକଙ୍କ ଓକିଲ କହିଛନ୍ତି ଯେ, ଭଲ ଭାବରେ ତଦନ୍ତ ନକରାଯାଇ ମୋର ମହକିଲଙ୍କୁ ଜେଲ ପଠାଯାଇଛି। ଏବେ ଡିଏନଏ ରିପୋର୍ଟ ଆସିବା ପରେ ଏହି ମାମଲାର ପୁଣି ଥରେ ଶୁଣାଣି କରାଯିବ।