ଲିଙ୍ଗାୟତ ଗୁରୁଙ୍କୁ ଗିରଫ କଲା କର୍ଣ୍ଣାଟକ ପୁଲିସ୍

ବେଙ୍ଗାଲୁରୁ : କର୍ଣ୍ଣାଟକର ଚିତ୍ରଦୂର୍ଗା ଜିଲ୍ଲାରେ ଥିବା ପ୍ରସିଦ୍ଧ ଲିଙ୍ଗାୟତ ଶୈବ ମଠ ମୁରୁଗା ମଠର ମୁଖ୍ୟ ମହନ୍ତ ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁଙ୍କୁ ଗିରଫ କରିଛି କର୍ଣ୍ଣାଟକ ପୁଲିସ । ଶିଶୁ ଯୌନ ନିର୍ଯ୍ୟାତନା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ସେ ଓ ଅନ୍ୟ ୪ ଜଣଙ୍କ ନାଁରେ ୨ ଜଣ ହାଇସ୍କୁଲ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ହୋଇଛି । ପୁଲିସ ପକସୋ ଆଇନ ଅଧିନରେ ଏହି ମାମଲାର ତଦନ୍ତ କରୁଛି ।

ଗତ ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଲିଙ୍ଗାୟତ ଦୀକ୍ଷା ଦେଇ ଡ. ଶିବମୂର୍ତ୍ତୀ ଚର୍ଚ୍ଚାକୁ ଆସିଥିଲେ । ମୁରୁଗା ମଠ ଗସ୍ତ କରିବା ଅବସରରେ ରାହୁଲ ଏହି ଦୀକ୍ଷା ନେଇଥିଲେ । ଦୀକ୍ଷା ନେବା ପରେ ରାହୁଲ ଏକ ଟୁଇଟ କରି ଲେଖିଥିଲେ ଶ୍ରୀଜଗତଗୁରୁ ମୁରୁଗାରାଜେନ୍ଦ୍ର ବିଦ୍ୟାପୀଠ ପରିଦର୍ଶନ କରି ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁଙ୍କଠାରୁ ଇଷ୍ଟଲିଙ୍ଗ ଦୀକ୍ଷା ଗ୍ରହଣ କରିବା ଏକ ସମ୍ମାନର ବିଷୟ ।

ଲିଙ୍ଗାୟତ ସଂପ୍ରଦାୟ କର୍ଣ୍ଣାଟକରେ ଏକ ପ୍ରଭାବଶା​ଳୀ ସଂପ୍ରଦାୟ ଭାବେ ଜଣାଶୁଣା । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ୟୁଦ୍ୟୁରାପ୍ପା ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏହି ସଂପ୍ରଦାୟରୁ ଆସନ୍ତି ।

 

 

ସମ୍ବନ୍ଧିତ ଖବର