ନାବାଳିକା ଦୁଷ୍କର୍ମ ମାମଲା, ଆରଜେଡି ବିଧାୟକ ରାଜବଲ୍ଲଭ ଦୋଷୀସାବ୍ୟସ୍ତ

ପାଟନା: ୨୦୧୬ ମସିହାର ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଆରଜେଡି ବିଧାୟକ ରାଜବଲ୍ଲଭ ଯାଦବ ଦୋଷୀସାବ୍ୟସ୍ତ ହୋଇଛନ୍ତି। ନାଳନ୍ଦାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ନାୱଡ଼ା ବିଧାୟକ ରାଜବଲ୍ଲଭଙ୍କ ସମେତ ୬ ଜଣଙ୍କୁ ଆଜି ପାଟନା‌ରେ ସାଂସଦ ଏବଂ ବିଧାୟକଙ୍କ ମାମଲା ବିଚାର ପାଇଁ ଗଠିତ ଏକ ସ୍ବତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ଡିସେମ୍ବର ୨୧ ତାରିଖ‌ରେ ବିଧାୟକଙ୍କ ସମେତ ସମସ୍ତ ଦୋଷୀଙ୍କ ଦଣ୍ଡ ପରିଣାମ ସମ୍ପର୍କରେ ଘୋଷଣା କରାଯିବ। ଉଲ୍ଲେଖଯୋଗ୍ୟ ଯାଦବଙ୍କ ବିରୋଧରେ ୨୦୧୬ ଫେବ୍ରୁଆରି ୯ ତାରିଖରେ ଏନେଇ ମାମଲା‌ ରୁଜୁ ହୋଇଥି‌ଲା।

ସମ୍ବନ୍ଧିତ ଖବର