ଦୁଷ୍କର୍ମ ଆଇନକୁ ଲିଙ୍ଗଗତ ନିଷ୍ପକ୍ଷ ପ୍ରସଙ୍ଗ:ହସ୍ତକ୍ଷେପ ପାଇଁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଦେଶରେ ପ୍ରଚଳନ ହେଉଥିବା ଦୁଷ୍କର୍ମ ସଂକ୍ରାନ୍ତ ଆଇନକୁ ଲିଙ୍ଗଗତ ଦୃଷ୍ଟିରୁ ନିଷ୍ପକ୍ଷ କରିବା ସଂକ୍ରାନ୍ତରେ ଶୁଣାଣି ପାଇଁ ସୋମବାର ସୁପ୍ରିମ୍‌ କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏଥିରେ ହସ୍ତକ୍ଷେପ ପାଇଁ ମନାକରିବା ସହିତ କେନ୍ଦ୍ର ସରକାର ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ ବୋଲି କହିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ସର୍ବୋଚ୍ଚ ଅଦାଲତ ଏଥିରେ ମୁଣ୍ଡ ପୂରାଇବାକୁ ଚାହୁନାହାନ୍ତି ବୋଲି କୁହାଯାଇଛି। କ୍ରିମିନାଲ୍‌ ଜଷ୍ଟିସ୍‌ ସୋସାଇଟି ଅଫ୍ ଇଣ୍ଡିଆ ନାମକ ଏକ ସ୍ବେଚ୍ଛା‌ସେବୀ ସଂଗଠନ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି ବେଳେ ସୁପ୍ରିମ୍‌ କୋର୍ଟ ଏଭଳି କହିଛନ୍ତି। ସଂଗଠନ ଏହାର ଆବେଦନରେ ଆଇପିସି ଧାରା ୩୭୫କୁ ସମୀକ୍ଷା କରି ଏଥିରେ ସଂଶୋଧନ ଆଣିବା ପାଇଁ ଅନୁରୋଧ କରିଥିଲା। ଦୁଷ୍କର୍ମ ଆଇନକୁ ଲିଙ୍ଗଗତ ଦିଗରୁ ସମାନ ବା‌ ନିଷ୍ପକ୍ଷ କରିବା ପାଇଁ ଏହା କହିଥିଲା। କିନ୍ତୁ ଏଥିରେ ସଂସଦ ହସ୍ତକ୍ଷେପ କରି ଆଇନ ସଂଶୋଧନ କରିପାରିବ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର