ଶ୍ରୀନଗର: ଜମ୍ମୁ କଶ୍ମୀରରେ ଜଣେ ୮ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ଅପହରଣ ପରେ ହତ୍ୟା କରିଥିବା ଅଭିଯୋଗରେ ଆଜି କ୍ରାଇମ୍ ବ୍ରାଞ୍ଚ ଜମ୍ମୁ କଶ୍ମୀରର ସ୍ୱତନ୍ତ୍ର ପୁଲିସ ଅଧିକାରୀ ଦୀପକ ଖୁଜାରିଆ(୨୮)କୁୁ ଗିରଫ କରିଛି। ନମୋଡ଼ ସମ୍ପ୍ରଦାୟର ଜଣେ ୮ ବର୍ଷର ଶିଶୁ ନିଖୋଜ ହୋଇଯାଇଥିବା ସମ୍ପର୍କରେ ହୀରା ନଗର ଥାନାରେ ଗତ ଜାନୁଆରି ୧୦ ତାରିଖରେ ଅଭିଯୋଗ ହୋଇଥିଲା। ଦୀପକ ସମେତ ପୁଲିସ୍ର ଏକ ପାଞ୍ଚ ଜଣିଆ ଦଳ ନିଖୋଜ ଶିଶୁକୁ ଠାବ କରିିବା ପାଇଁ ବାହାରିଥିଲେ। ଜାନୁଆରି ୧୭ ତାରିଖରେ ଏକ ପରିତ୍ୟକ୍ତ ଘରୁ ଉକ୍ତ ଶିଶୁର ମୃତଦେହ ମିଳିଥିଲା। ଶିଶୁଟିକୁ ବାରମ୍ବାର ଦୁଷ୍କର୍ମ ପରେ ଦଉଡ଼ିରେ ବାନ୍ଧି ରଖାଯାଇଥିଲା ଏବଂ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଘଟଣା ଜଣାପଡ଼ିବା ପରେ ଶିଶୁର ପରିବାର ଲୋକଙ୍କ ସହ ନମୋଡ଼ ସମ୍ପ୍ରଦାୟର ଲୋକେ ବିକ୍ଷୋଭ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଦୀପକ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରି ଲହୁଲୁହାଣ କରିଥିଲା। ପରେ ପୁଲିସ୍ ଏହି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମ୍ ବ୍ରାଞ୍ଚକୁ ଦେଇଥିଲା। ତଦନ୍ତ ବେଳେ ଦୀପକ ଜଣେ ୧୦ ବର୍ଷର ଶିଶୁ ସହ ମିଶି ଉକ୍ତ ୮ ବର୍ଷର ଶିଶୁକୁ ବାରମ୍ବାର ଦୁଷ୍କର୍ମ କରିବା ପରେ ଅପହରଣ କରି ଏକ ପରିତ୍ୟକ୍ତ ଘରେ ରଖିଥିବା ଜଣାପଡ଼ିଥିଲା। ତେବେ କଥା ପ୍ରଘଟ ହୋଇଯିବା ଭୟରେ ତା’କୁ ତଣ୍ଟିଚିପି ମାରିଦେଇଥିଲା।
ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା
ସ୍ୱତନ୍ତ୍ର ପୁଲିସ୍ ଅଧିିକାରୀ ଗିରଫ
/sambad/media/post_attachments/wp-content/uploads/2018/01/rape-lead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)