ବିସପ୍‌ଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଥିରୁବନନ୍ତପୁରମ୍‌ : କେରଳର ଜଣେ ନନ୍‌ ଆଜି ସାଇରୋ ମାଲାବାର୍‌ ଚର୍ଚ୍ଚର ବିସପ୍‌ଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଦୁଇବର୍ଷ ମଧ୍ୟରେ ସେ ଲଗାତାର ୧୩ ଥର ବିସପ୍‌ଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ନେଇ ପୁଲିସରେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣା ନେଇ ପ୍ରାରମ୍ଭରେ ସେ ଚର୍ଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ବିସପ୍‌ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ଶେଷରେ ସେ ଅନ୍ୟ ଉପାୟ ନପାଇ କୁରାଭିଲାଙ୍ଗାଡ୍‌ ପୁଲିସ ଷ୍ଟେସନ୍‌ରେ ଅଭିଯୋଗ କରିଛନ୍ତି। ନନ୍‌ଙ୍କ ଅଭିଯୋଗ କ୍ରମେ ଆଜି ବିସପ୍‌୍‌ ଫ୍ରାଙ୍କ୍‌ ମୁଲାକ୍ଲାଲ୍‌ଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର