ଉତ୍ତର ପ୍ରଦେଶର ବାହାରିଚରେ ମହିଳାଙ୍କୁ ଦୁଷ୍କର୍ମ ପରେ ଏସିଡ ପକାଇ ହତ୍ୟା

ବାହାରିଚ: ଉତ୍ତର ପ୍ରଦେଶର ବାହାରିଚରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ଏସିଡ ପକାଇ ହତ୍ୟା କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମହିଳାଙ୍କ ପରିଚୟ ନଷ୍ଟ କରିବାକୁ ତାଙ୍କୁ ଏସିଡ ପକାଇ ଜାଳି ଦିଆଯାଇଛି ବୋଲି ପୁଲିସ କହିଛନ୍ତି। ମାନବତାକୁ ଲଜ୍ଜିତ କରୁଥିବା ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳେ ନୌବନା ଗ୍ରାମବାସୀମାନେ ମହିଳାଙ୍କ ଶବକୁ ଗ୍ରାମ ନିକଟସ୍ଥ ଜଂଗଲରେ ଠାବ କରିଥିଲେ। ମହିଳାଙ୍କ ଶବ ସଂପୂର୍ଣ୍ଣ ଉଲଗ୍ନ ଥିଲା ଏବଂ ବେକରେ ଏକ ଗାମୁଛା ବନ୍ଧା ଯାଇଥିଲା। ଦୁଷ୍କର୍ମ ପରେ ମହିଳାଙ୍କୁ ଅତି ଜଘନ୍ୟ ଭାବେ ହତ୍ୟା କରି ଫୋପାଡ଼ି ଦିଆଯାଇଛି। ବାହାରିଚ ଏସ୍‌ପି କହିଛନ୍ତି ଯେ ଏହି ହତ୍ୟା ରହସ୍ୟ ଉନ୍ମୋଚନ ପାଇଁ ଏସ୍‌ଆଇଟି ଗଠନ ହୋଇଛି। ମହିଳାଙ୍କ ବୟସ ପ୍ରାୟ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଇଛି।

ସମ୍ବନ୍ଧିତ ଖବର