ରୋହତକ୍: ହରିୟାଣାର ବୱାଲ୍ ସହରରେ ଗତ ଜୁନ୍ ୯ରେ ଜଣେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅତ୍ୟନ୍ତ ବର୍ବରତାର ସହ ହତ୍ୟା କରାଯାଇଥିଲା। ଏହି ମାମଲାରେ ରେୱାଡ଼ି ଅଦାଲତ ଆଜି ରାୟ ଘୋଷଣା କରି ମୁଖ୍ୟ ଅଭିଯୁକ୍ତ ଜଣେ ୧୯ ବର୍ଷର ଯୁବକକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ରେକର୍ଡ ୬ ମାସ ମଧ୍ୟରେ ଏହି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ସମ୍ପୂର୍ଣ୍ଣ ହୋଇଥିବା ବେଳେ ରାୟ ପ୍ରକାଶ କରି ବିଚାରପତି ନରେଶ କୁମାର କହିଛନ୍ତି, ଦିବାଲୋକରେ ଘଟିଥିବା ଏହି ଅପରାଧ ଏକ ଅତି ବିରଳ ଶ୍ରେଣୀରେ ଗଣାଯିବ। ୨୦୧୨ରେ ନିର୍ଭୟା ମାମଲାରେ ଯେଭଳି ବର୍ବରତା ଦେଖିବାକୁ ମିଳିଥିଲା, ଏହି ନାବାଳିକା କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଏ କ୍ଷେତ୍ରରେ ଅପରାଧୀ ପାଇଁ ମୃତ୍ୟୁଦଣ୍ଡ ହିଁ ପ୍ରଯୁଜ୍ୟ ବୋଲି ସେ କହିଛନ୍ତି। ନାବାଳିକାର ପିତାମାତା ତା’ର ଭାଇକୁ ହସ୍ପିଟାଲ୍ ନେଇଥିବା ବେଳେ ସେ ଘରେ ଏକୁଟିଆ ଥିଲା। ଏହି ସୁଯୋଗରେ ଦୋଷୀ ସାବ୍ୟସ୍ତ ଉକ୍ତ ୧୯ ବର୍ଷୀୟ ଯୁବକ ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା। ଏହାପରେ ନାବାଳିକା କାହାକୁ କହିଦେବା ଭୟରେ ସେ ତାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଏବଂ ଆଲମିରା ଭିତରେ ମୃତଦେହକୁ ଲୁଚାଇ ଦେଇଥିଲା।
ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା: ୧୯ ବର୍ଷୀୟ ଯୁବକକୁ ମୃତ୍ୟୁଦଣ୍ଡାଦେଶ
/sambad/media/post_attachments/wp-content/uploads/2018/12/hanging.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)