ପାଟନା: ବିହାରରେ ଜଣେ ବିକୃତ ମାନସିକତା ମାମୁ ନିଜ ଭାଣିଜୀକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିବା ଭଳି ସଂଗୀନ ମାମଲା ସାମ୍ନାକୁ ଆସିଛି | ଏହି ଘଟଣା ବିହାରର ମୁଜାଫରପୁରର ସାଇୟା ପୁଲିସ ଷ୍ଟେସନ ଅଂଚଳରେ ଘଟିଛି | ଯେଉଁଠାରେ ୧୧ ବର୍ଷର ଝିଅକୁ ମାମୁଁ ପ୍ରଥମେ ଦୁଷ୍କର୍ମ କରି ହତ୍ୟା କରିଛି | ମିଳିଥିବା ସୂଚନା ମୁତାବକ ସୋମବାର ସନ୍ଧ୍ୟା ସମୟରେ ଭାଣିଜୀକୁ କୁରକୁରେ ଦେବାର ବାହାନା କରି ଅଭିଯୁକ୍ତ ମାମୁ ଚାଷ ଜମିକୁ ନେଇଯାଇଥିଲା |

Advertisment

ସେଠାରେ ପ୍ରଥମେ ଦୁଷ୍କର୍ମ କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ହତ୍ୟା ମଧ୍ୟ କରିଥିଲା | ରାତିରେ ଝିଅଟି ଘରକୁ ନ ଫେରିବାରୁ ପରବାର ଲୋକ ସବୁଆଡେ ଖୋଜିଥିଲେ | ଶେଷରେ ମଙ୍ଗଳବାର ସକାଳେ ଝିଅଟିର ମୃତଦେହ ଜମିରେ ମିଳିଥିଲା | ଏହା ପରେ ପରିବାର ଲୋକ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

ଏଥିସହ ଯେତେବେଳେ ପୁଲିସ ଅନୁସନ୍ଧାନ କରିଥିଲା ସେତେବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଅଭିଯୁକ୍ତ ମାମୁକୁ ଗିରଫ କରିଥିଲା | ଅଭିଯୁକ୍ତ ଜଣକ ଗିରଫ ହେବା ପରେ ନିଜ ଦୋଷ ସ୍ୱୀକାର କରିଥିଲା | ଏହି ଅଭିଯୁକ୍ତ ମାମୁର ନାମ ବିଜୟ ଶର୍ମା ହୋଇଥିବାବେଳେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଓ ଝିଅଟିର ପରିବାର ଲୋକ ଦାବି କରିଛନ୍ତି |