ଭୋପାଳ: ମଧ୍ୟପ୍ରଦେଶର ଗ୍ୱାଲିଅରରୁ ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଭଣଜା ତାଙ୍କ ସାଙ୍ଗଙ୍କ ସହ ମିଶି ମାଇଁଙ୍କୁ ଦୁଷ୍କର୍ମ କରିଥିବାର ସଙ୍ଗୀନ ଅଭିଯୋଗ ଆସିଛି |ଏ ଘଟଣା ବାବଦରେ ଜଣାପଡିବା ପରେ ପୁଲିସ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଦୁଷ୍କର୍ମ ପୂର୍ବରୁ ଅଭିଯୁକ୍ତ ଜଣକ ମାଇଁଙ୍କୁ ନିଶା ଔଷଧ ମିଶିଥିବା ପାନୀୟ ପିଇବାକୁ ଦେଇଥିଲା। ଏହା ପରେ ଅଭିଯୁକ୍ତ ଭଣଜା ମାଇଁଙ୍କ ନଗ୍ନ ଭିଡିଓ ତିଆରି କରିଥିଲେ ଏବଂ ପରେ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ। ମଙ୍ଗଳବାର ଦିନ ଅଭିଯୁକ୍ତ ପୁନର୍ବାର ମାଇଁଙ୍କୁ ତା କୋଠରୀକୁ ଡାକିଥିଲା। ଲୋକଲଜ୍ୟା ଭୟରେ ମାଇଁ ଜଣକ ଭଣଜାର ରୁମକୁ ଆସିଥିବାବେଳେ ଅଭିଯୁକ୍ତ ତାଙ୍କ ସାଙ୍ଗ ସହ ମିଶି ମାଇଁ ସହ ଦୁଷ୍କର୍ମ କରିଥିଲା |
ଯେତେବେଳେ ମାଇଁ ଏହାକୁ ବିରୋଧ କଲେ, ସେ ମାମୁଙ୍କ ମୋବାଇଲକୁ ନଗ୍ନ ଭିଡିଓ ପଠାଇଦେଇଥିଲା | ଏହା ପରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ଗୋଲାକାମନ୍ଦିର ପୁଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତକୁ ଗିରଫ କରିଛି। ବାସ୍ତବରେ ଟିକମଗଡ଼ର ଜଣେ ୨୧ ବର୍ଷ ବୟସ୍କା ମହିଳା ତାଙ୍କ ସ୍ୱାମୀଙ୍କ ସହ ଗ୍ୱାଲିଅରର ଗୋଲାକାମନ୍ଦିର ସ୍ଥିତ ହନୁମାନ ନଗରରେ ଭଡା ଘରେ ରୁହନ୍ତି। ତାଙ୍କ ସ୍ୱାମୀ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି ଏବଂ ମହିଳାଙ୍କ ଭଣଜା କିଛି ଦୂରରେ ରୁହନ୍ତି |
ଜାନୁଆରୀ ୯ ତାରିଖ ସନ୍ଧ୍ୟାରେ ଭଣଜା ଜଣକ ବାହାନା କରି ତାଙ୍କ ମାଇଁଙ୍କୁ ଘରକୁ ଡାକିଥିଲେ | ଏହା ପରେ ଦୁହେଁ(ଭଣଜା ଓ ତାଙ୍କ ବନ୍ଧୁ) ମାଇଁଙ୍କୁ ନିଶାଯୁକ୍ତ ପାନୀୟ ପିଇବାକୁ ଦେଲେ | ଏହା ପରେ ମହିଳା ଜଣକ ଶୋଇପଡ଼ିଥିଲେ । ଏହା ପରେ ଭଣଜା ଓ ତାଙ୍କ ସାଙ୍ଗ ମାଇଁଙ୍କ ସହ ଦୁଷ୍କର୍ମ କରିଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Rape-Illustration.jpg)