ଯୁବତୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଏଥିରେ ଦୁଇଜଣ ପୁରୁଷ ଏବଂ ଜଣେ ଯୁବତୀ ସାମିଲ ଥିବା ଅଭିଯୋଗ ହୋଇଛି। ଦିଲ୍ଲୀର ସୀମାପୁରୀ ଥାନାରେ ଏ ନେଇ ଅଭିଯୋଗ କରି ଯୁବତୀ ଜଣକ କହିଛନ୍ତି ଯେ ଏକ ବ୍ୟବସାୟରେ ନିବେଶ କରିବା ଲାଗି ତାଙ୍କୁ ଦିଲ୍ଲୀ ଡକାଯାଇଥିଲା। କିନ୍ତୁ ଏଠାରେ ତାଙ୍କୁ ଦୁଇଜଣ ପୁରୁଷ ପ୍ରଥମେ ଗଣଦୁଷ୍କର୍ମ କରିଥିଲେ। ଏ‌ହାପରେ ଜଣେ ୧୯ ବର୍ଷୀୟା ଯୁବତୀ ତାଙ୍କୁ ଏକ ଘରେ ବନ୍ଦ କରି ଦୁଷ୍କର୍ମ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ସେ ଗୁଡ଼ଗାଓଁରୁ ଆସିଥିଲେ।

ସମ୍ବନ୍ଧିତ ଖବର