ମେଜରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ନିଯୁକ୍ତି ପାଇଥିବା ଜଣେ ଭାରତୀୟ ସେନା ମେଜର୍‌ଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ତାଙ୍କ ଘରର ଚାକରାଣୀ ଏହି ଅଭି‌େଯାଗ ଆଣିଥିବା ରବିବାର ପୁଲିସ ପକ୍ଷରୁ ସୂଚନା ମିଳିଛି। ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଥାନାରେ ଏ ନେଇ ଏକ ଏତଲା ଦାଏର ହୋଇଛି। ସେନା ଅଧିକାରୀଙ୍କ ବିରୋଧରେ ସେପ୍ଟେମ୍ବର ୨୫ ତାରିଖରେ ତାଙ୍କ ଚାକରାଣୀ ଅଭିଯୋଗ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଉଥିଲା। ତାଙ୍କ ସ୍ବାମୀ ମେଜରଙ୍କୁ ବାରଣ କରିବା ପରେ ତାଙ୍କୁ ମାରପିଟ କରିଥିଲେ।   ଜୁଲାଇ ୧୨ ତାରିଖରେ ସର୍ଭାଣ୍ଟ କ୍ବାର୍ଟର୍ସରେ ତାଙ୍କ ସ୍ବାମୀ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର