ସଲ୍‌ମାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ମୁମ୍ବାଇ : ବଲିଉଡ୍‌ ଶିଳ୍ପରେ ମି ଠୁ ଅଭିଯାନ ହଇଚଇ ସୃଷ୍ଟି କରିଛି। ଆଉ ଏକ ଘଟଣାକ୍ର‌େମ ସୁପରଷ୍ଟାର୍‌ ସଲ୍‌ମାନ ଖାନ୍, ତାଙ୍କ ଭାଇ ଅରବାଜ୍‌ ଓ ସୋହେଲ୍‌ ଖାନ୍‌ଙ୍କ ବିରୋଧରେ ଦୁ‌ଷ୍କର୍ମ ଅଭିଯୋଗ ଆସିଛି। ପୂର୍ବ ବିଗ୍ ବସ୍‌ ପ୍ରତିଦ୍ବନ୍ଦ୍ବୀ ପୂଜା ମିଶ୍ର ଏହି ସଙ୍ଗିନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଫିଲ୍ମ ‘ସୁଲ୍‌ତାନ୍‌’ର ସୁଟିଂ ଚାଲିଥିବା ବେଳେ ସେ ଏକ ହୋଟେଲ୍‌ ରୁମ୍‌ରେ ସଂଜ୍ଞାହୀନ ଅବସ୍ଥାରେ ଥିଲେ। ଏହାର ସୁଯୋଗ ନେଇ ସଲ୍‌ମାନ, ଅର୍‌ବାଜ୍ ଏବଂ ସୋହେଲ୍‌ ଖାନ୍ ତାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣାକୁ ‌ନେଇ ସେ ଚୁପ୍‌ ରହିଥିଲେ ଏବଂ ମି ଠୁ ଅଭିଯାନ ଦ୍ବାରା ସେ ମୁହଁ ଖୋଲିବାକୁ ସୁଯୋଗ ପାଇଥିବା କହିଛନ୍ତି। ଏକ ଭିଡିଓ ଜାରି କରି ପୂଜା ଆହୁରି କହିଛନ୍ତି ଯେ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପରିବାର ତାଙ୍କୁ ଗୁଣିଗାରେଡ଼ି ଦ୍ବାରା ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ। ଏହାଦ୍ବାରା ଅନେକ ବର୍ଷ ଧରି ସେ ପ୍ରେତାତ୍ମାର ଶିକାର ହୋଇଥିଲେ। ସୋନାକ୍ଷୀ ସିହ୍ନା ଏବଂ ମଲାଇକା ଆରୋରାଙ୍କ କ୍ୟାରିୟର୍‌କୁ ସୁଦୃଢ଼ କରିବା ସକାଶେ ତାଙ୍କୁ ଏଭଳି ଭାବେ ହଇରାଣ କରାଯାଇଥିଲା। ତେବେ ତାଙ୍କୁ କ୍ଷତିପୂରଣ ଦିଆଯିବା ସହିତ ଅଭିନେତା ସଲ୍‌ମାନ ଓ ଶତ୍ରୁଘ୍ନ ସିହ୍ନା ତାଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ପୂଜା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର