ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲା

ନୀତୀଶ କୁମାରଙ୍କ ବିରୋଧରେ ସିବିଆଇ ତଦନ୍ତ ମିଛ

ପାଟନା: ମୁଜାଫରପୁର ଆଶ୍ରୟସ୍ଥଳୀ ଦୁଷ୍କର୍ମ ମାମଲାରେ ମୁଜାଫରପୁରର ଏକ ସ୍ବତନ୍ତ୍ର ପୋକସୋ ଅଦାଲତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ସିବିଆଇ ତଦନ୍ତ ନି‌ର୍ଦ୍ଦେଶ ଦେଇଥିବା ଖବରକୁ ଜେଡି(ୟୁ) ମୁଖପାତ୍ର ସଞ୍ଜୟ ସିଂହ ଖଣ୍ଡନ କରିଛନ୍ତି। ନୀତୀଶଙ୍କୁ ସିବିଆଇ ଜେରା କରିବ ବୋଲି ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଥିବା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଉଦ୍ଦେଶ୍ୟରେ ସଞ୍ଜୟ କହିଛନ୍ତି ଯେ ସିବିଆଇର ସ୍ବତନ୍ତ୍ର ଅଦାଲତ ଦ୍ବାରା ଏଭଳି କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ କି ସିବିଆଇକୁ ଏଭଳି ନିର୍ଦ୍ଦେଶ କରିବାର କ୍ଷମତା ପୋକସୋ ଅଦାଲତର ନାହିଁ।

ସମ୍ବନ୍ଧିତ ଖବର