Advertisment
ଦେଶ- ବିଦେଶ

ଦୁଷ୍କର୍ମକାରୀ ବାବା ଆଶାରାମଙ୍କୁ ମିଳିଲା ଅନ୍ତରୀଣ ଜାମିନ୍‌

ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୁଷ୍କର୍ମକାରୀ ବାବା ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ୍‌ ମିଳିଛି। ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ହେତୁ ଚିକିତ୍ସା ପାଇଁ ଆଶାରାମଙ୍କୁ ଜାମିନ୍‌ ପ୍ରଦନ କରାଯାଇଛି। ମଙ୍ଗଳବାର ସୁପ୍ରିମ୍‌କୋର୍ଟ ତାଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି ବୋଲି ସୂଚନା ରହିଛି।

 ଦୁଷ୍କର୍ମକାରୀ ବାବା ଆଶାରାମଙ୍କୁ ମିଳିଲା ଅନ୍ତରୀଣ ଜାମିନ୍‌

ନୂଆଦିଲ୍ଲୀ: ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୁଷ୍କର୍ମକାରୀ ବାବା ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ୍‌ ମିଳିଛି। ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ହେତୁ ଚିକିତ୍ସା ପାଇଁ ଆଶାରାମଙ୍କୁ ଜାମିନ୍‌ ପ୍ରଦନ କରାଯାଇଛି। ମଙ୍ଗଳବାର ସୁପ୍ରିମ୍‌କୋର୍ଟ ତାଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି ବୋଲି ସୂଚନା ରହିଛି।

Advertisment

୧୭ ଦିନିଆ ପାରୋଲରେ ମୁକ୍ତ ହେବା ପରେ ଆଶାରାମ ବାପୁ ରାଜସ୍ଥାନର ଯୋଦ୍ଧପୁର ଜେଲକୁ ଫେରିଥିଲେ। ଜେଲ୍‌କୁ ଫେରିବାର ଛଅ ଦିନ ପରେ ସ୍ବାସ୍ଥ୍ୟଗତ ସମସ୍ୟା ଭିତ୍ତିରେ ତାଙ୍କୁ ଜାମିନ୍‌ ମିଳିଛି।

ଗତବର୍ଷ ତାଙ୍କର ହୃଦ୍‌ଜନୀତ ରୋଗ ହେତୁ ତାଙ୍କୁ ପ୍ରଥମେ ପୁଣେରେ ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ ଯୋଦ୍ଧପୁରର ଏମ୍ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। 

ଉଲ୍ଲେଖଯୋଗ୍ୟ, ୨୦୧୩ ମସିହାରେ ଆଶାରାମ ବାପୁ ଯୋଦ୍ଧପୁରର ଆଶ୍ରମ‌ରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଘଟଣାର ଯାଞ୍ଚ କରିବା ପରେ ଯୋଦ୍ଧପୁର ପୁଲିସ ୩୧ ଅଗଷ୍ଟ ରାତିରେ ଆଶାରାମଙ୍କୁ ଗିରଫ କରି ସେପ୍ଟେମ୍ବର ୧ରେ ଯୋଦ୍ଧପୁରକୁ ଆଣିଥିଲା। ତା’ପରେ ତାଙ୍କୁ କେନ୍ଦ୍ରୀୟ ଜେଲ୍‌ରେ ରଖାଯାଇଥିଲା। ସେବେଠୋରୁ ସେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। 

Advertisment
ସବସ୍କ୍ରାଇବ କରନ୍ତୁ