ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ଦୁଷ୍କର୍ମ କଲେ ପୁଲିସ ବାବୁ

ଜୟପୁର: ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ତିନି ଦିନ ଧରି ଦୁଷ୍କର୍ମ କଲେ ପୁଲିସ ବାବୁ | ରାଜସ୍ଥାନର ଅଲୱର ଜିଲ୍ଲାର ଖେଡଲି ପୁଲିସ ଷ୍ଟେସନର ପୁଲିସ ବାବୁଙ୍କ ନାମରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି | ଆଉ ଏହି ଘଟଣା ବାବଦରେ ଜଣାପଡିବା ପରେ ଅଭିଯୁକ୍ତ ସବଇନ୍ସପେକ୍ଟର ଭରତ ସିଂହଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ହେଡ଼ କନେଷ୍ଟବଳ ପ୍ରକାଶ ଚାନ୍ଦଙ୍କୁ ନିଲମ୍ବିତ କରାଯାଇଛି |

ମିଳିଥିବା ସୂଚନା ମୁତାବକ ମାର୍ଚ୍ଚ ୨ ତାରିଖରେ ୨୬ ବର୍ଷୀୟ ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିବାକୁ ଖେଡଲି ଥାନାକୁ ଆସିଥିଲେ | ଆଉ ଥାନାରେ ଥିବା ସବଇନ୍ସପେକ୍ଟର ଭରତ ସିଂହ ମହିଳାଙ୍କୁ ଥାନା ପରିସରରେ ଥିବା ଷ୍ଟାଫ କ୍ୱାର୍ଟରକୁ ଡାକିଥିଲେ | ସେଠାରେ ମହିଳାଙ୍କୁ ୩ ଦିନ ଧରି ରଖି ଦୁଷ୍କର୍ମ କରିଥିଲେ |

ତେବେ ଦୁଷ୍କର୍ମ ବାବଦରେ ସବୁ ଜାଣି ମଧ୍ୟ ହେଡ଼ କନେଷ୍ଟବଳ ନିରବ ରହିଥିଲେ | ଏ ବାବଦରେ ମହିଳା ଜଣକ ରବିବାର ସନ୍ଧ୍ୟାରେ ଥାନା ଅଧିକାରୀଙ୍କୁ ସବଇନ୍ସପେକ୍ଟରଙ୍କ ବିରୋଧରେ ଅଭିଯୋଗ କରିଥିଲେ | ପରେ ଘଟଣାର ତଦନ୍ତ କରି ଅଭିଯୁକ୍ତ ସବଇନ୍ସପେକ୍ଟର ଭରତ ସିଂହଙ୍କୁ ଗିରଫ କରାଯାଇଛି | ଆଉ ଆଜି ଉପରିସ୍ଥ ଅଧିକାରୀଙ୍କ ପାଖରେ ଏନେଇ ଖବର ପହଂଚିବା ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଖେଡଲି ଥାନା ଅଧିକାରୀ ହନୁମାନ ସହାୟଙ୍କୁ ବଦଳି କରାଯାଇଛି |

ସମ୍ବନ୍ଧିତ ଖବର