କୋଏମ୍ବାଟୁର : ତେଲେଙ୍ଗାନା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ତାମିଲନାଡ଼ୁରେ ମଧ୍ୟ ଜଣେ ନାବାଳିକା ୬ ଜଣଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ତାମିଲନାଡ଼ୁର କୋଏମ୍ବାଟୁର୍ରେ ଜଣେ ଏକାଦଶ ଶ୍ରେଣୀର ଛାତ୍ରୀ ତାଙ୍କ ସାଙ୍ଗ ସହ ଜନ୍ମଦିନ ଉତ୍ସବ ମନାଇବାକୁ ପାର୍କ ଯାଇଥିଲେ। ରାତି ପ୍ରାୟ ୯ଟା ସମୟରେ ସେ ପାର୍କରୁ ଫେରୁଥିବା ବେଳେ ବାଟରେ ତାଙ୍କୁ କିଛି ଯୁବକ ଅଟକାଇଥିଲେ। ସେମାନେ ନାବାଳିକାଙ୍କ ସାଙ୍ଗଙ୍କୁ ମାରପିଟ କରିବା ସହ ତାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ଯାଇଥିଲେ। ୬ ଜଣଙ୍କ ଦ୍ବାରା ସେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ସେମାନେ ମଧ୍ୟ ପୀଡ଼ିତାଙ୍କୁ ବ୍ଲାକମେଲ୍ କରିବାପାଇଁ ଉକ୍ତ ଘଟଣାର ଭିଡିଓ ରେକର୍ଡିଂ କରିଥିଲେ। ପୁଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ଏବଂ ଘଟଣାରେ ତଦନ୍ତ ଜାରି ରଖିଛି।
ତାମିଲନାଡ଼ୁରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୪ ଗିରଫ
/sambad/media/post_attachments/wp-content/uploads/2019/09/arrest-aajtak.jpg)