ମୁଜାଫରନଗର : ଉତ୍ତରପ୍ରଦେଶରେ ଜଣେ ମହିଳା ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ମହିଳାଙ୍କ ୩ମାସର ପୁଅ ବେକରେ ଛୁରି ଲଗାଇ ତାଙ୍କ ସ୍ୱାମୀଙ୍କ ସମ୍ମୁଖରେ ତାଙ୍କୁ ୪ ଜଣ ଦୁଷ୍କର୍ମ କରିଛନ୍ତି। ଭୋପାଳ ପୁଲିସ ସୁତ୍ରରୁ ପ୍ରକାଶ ଯେ ପୀଡିତା ଏବଂ ତାଙ୍କ ସ୍ୱାମୀ ମୁଜାଫରନଗର ନିକଟସ୍ଥ ବେସେରା ଗ୍ରାମରୁ ମୋଟରସାଇକେଲ୍ରେ ଫେରୁଥିବା ବେଳେ ଏମିତି ଅଘଟଣ ଘଟିଛି। ୪ ଜଣ ଅଭିଯୁକ୍ତ କାରରେ ଆସି ଉକ୍ତ ଦମ୍ପତିଙ୍କୁ କହିଥିଲେ ଯେ ମୁଖ୍ୟ ରାସ୍ତାରେ ଗଙ୍ଗା କେନାଲ ବ୍ରିଜ୍ ଅତିଶୟ ଖରାପ୍ ସ୍ଥିତିରେ ଅଛି ଏବଂ ସେମାନଙ୍କୁ ଅନ୍ୟ ଏକ ରାସ୍ତା ବତାଇଥିଲେ। ସେମାନେ ଗାଡ଼ି ଅଟକାଇ ପଛକୁ ବୁଲାଇବାକୁ ଚେଷ୍ଟା କରିବାବେଳେ ଅଭିଯୁକ୍ତମାନେ ବଳପୂର୍ବକ ସେମାନଙ୍କୁ ଅଟକାଇଥିଲେ ଏବଂ ପୀଡିତାଙ୍କ ସ୍ୱାମୀଙ୍କୁ ଖୁବ୍ଜୋର ମାରିବା ସହ ୩ ଜଣଙ୍କୁ ଏକ ଆଖୁଖେତକୁ ଟାଣିନେଇଥିଲେ। ଏହାପରେ ଜଣେ ଅଭିଯୁକ୍ତ ପୀଡିତାଙ୍କ ପୁଅ ବେକରେ ଛୁରି ଲଗାଇବା ସହ ମହିଳାଙ୍କ ବେକରେ ବନ୍ଧୁକ ଲଗାଇ ଦୁଷ୍କର୍ମ କରିଥିଲେ। ସେମାନେ ମଧ୍ୟ ଏହି ଘଟଣା ସମ୍ପର୍କରେ କାହାକୁ ନଜଣାଇବାପାଇଁ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ଧମକ ଦେଇଛନ୍ତି। ଏଥିନେଇ ଏକ ଏଫଆଇଆର ଦାଏର ହୋଇଛି ଏବଂ ଅଭିଯୁକ୍ତଙ୍କୁ ଧରିବାପାଇଁ ତଦନ୍ତ ଆରମ୍ଭ ହୋଇଯାଇଛି। ଭୋପା ସର୍କଲ ଅଫିସର ରିଜଓ୍ଵନ ଅହମଦ କହିଛନ୍ତି ଏଫଆଇଆରକୁ ଆଧାର କରି ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୨୩, ୩୭୫ ଏବଂ ୫୦୬ ଅଧିନରେ ଏକ ମାମଲା ରୁଜ୍ଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଏଯାବତ୍ ଚିହ୍ନଟ କରାଯାଇନଥିବାବେଳେ ପୀଡିତାଙ୍କ ସହ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।
ପୁଅ ବେକରେ ଛୁରି ଲଗାଇ ମହିଳାଙ୍କୁ ଗଣଦୁଷ୍କର୍ମ
/sambad/media/post_attachments/wp-content/uploads/2017/10/download-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)