ରୁର୍କୀ (ଉତ୍ତରାଖଣ୍ଡ): ହରିଦ୍ବାରର ରୁର୍କୀରେ ୬ ବର୍ଷୀୟା ନାବାଳିକା ସହ ମହିଳାଙ୍କୁ ଚଳନ୍ତା କାର୍ରେ ଗଣଦୁଷ୍କର୍ମ ହୋଇଛି। ରବିବାର ଜଣେ ବ୍ୟକ୍ତି ଏବଂ ତାଙ୍କ ସାଙ୍ଗମାନେ ମହିଳା ଓ ତାଙ୍କ ଝିଅକୁ କାରରେ ଲିଫ୍ଟ ଦେବା ପରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାପଡ଼ିଛି, ରବିବାର ରାତିରେ ମହିଳା ଜଣକ ନାବାଳିକା ଝିଅ ସହ ମୁସଲିମ ଧାର୍ମିକସ୍ଥଳ ପିରାନ କାଲିୟାରରୁ ଘରକୁ ଫେରୁଥିବାବେଳେ ସୋନୁ ନାମକ ଜଣେ ବ୍ୟକ୍ତି ତାଙ୍କୁ କାର୍ରେ ଲିଫ୍ଟ ପ୍ରଦାନ ଦେଇଥିଲେ। କାର୍ରେ ଆଗରୁ କିଛି ଯୁବକ ଥିଲେ। ସୋନୁ ଏବଂ ତାଙ୍କ ସହଯୋଗୀମାନେ ଚଳନ୍ତା କାରରେ ମହିଳା ଓ ତାଙ୍କ ଝିଅକୁ ଦୁଷ୍କର୍ମ କରି ଏକ କେନାଲ ନିକଟରେ ଫିଙ୍ଗି ପଳାଇଥିଲେ। ମହିଳା ଜଣକ କୌଣସି ପ୍ରକାରେ ରାତି ଅଧରେ ଥାନାରେ ପହଞ୍ଚି ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ମା’ ଓ ଝିଅଙ୍କୁ ରୁର୍କୀ ସିଭିଲ ହସ୍ପିଟାଲକୁ ନେଇ ଡାକ୍ତରୀ ମାଇନା କରି ଗଣଦୁଷ୍କର୍ମ ହୋଇଥିବା ନିଶ୍ଚିତ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ।
ଚଳନ୍ତା କାର୍ରେ ନାବାଳିକା ଝିଅ ସହ ମହିଳାଙ୍କୁ ଗଣଦୁଷ୍କର୍ମ
/sambad/media/post_attachments/wp-content/uploads/2022/04/gangrape-759.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)