ପୀଡ଼ିତାଙ୍କୁ ଦୁଷ୍କର୍ମକାରୀ ସହ ବାନ୍ଧି ଗାଁରେ ବୁଲାଇଲେ ଲୋକେ, ପୀଡ଼ିତାଙ୍କ ପରିବାର ମଧ୍ୟ ଥିଲା ସାମିଲ

ଭୋପାଳ: ମଧ୍ୟପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଓ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କୁ ବାନ୍ଧି ଗାଁରେ ବୁଲାଇଲେ ଲୋକେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପୀଡ଼ିତାଙ୍କ ପରିବାର ମଧ୍ୟ ଏହାକୁ ସମର୍ଥନ କରିଥିଲେ। ପୀଡ଼ିତାଙ୍କୁ ଲଜ୍ଜିତ କରିବା ପାଇଁ ସେ ଗାଁ ଲୋକଙ୍କୁ ଅଟକାଇ ନଥିବା ଜଣାପଡ଼ିଛି। ଏହି ଘଟଣାରେ ଅଭିଯୁକ୍ତ ସମେତ ୬ଜଣଙ୍କୁ ଗିରଫ କରିଛି ପୁଲିସ।

ସୂଚନା ମୁତାବକ, ଦୁଷ୍କର୍ମର ଶିକାର ହେବା ପରେ ପୁଲିସରେ ଅଭିଯୋଗ କରିବା ପରିବର୍ତ୍ତେ ପୀଡ଼ିତାଙ୍କ ପରିବାର ଏବଂ ଗାଁ ଲୋକେ ଦୁଇଜଣଙ୍କୁ ବାନ୍ଧି ଗାଁରେ ବୁଲାଇଥିଲେ। ଏହାର ଏକ ଭିଡିଓ ମଧ୍ୟ ରେକର୍ଡ କରାଯାଇଥିଲା, ଯେଉଁଥିରେ ଗାଁ ଲୋକେ ଭାରତ ମାତା କି ଜୟ କହୁଥିବାର ଶୁଣିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେବା ‌‌ପରେ ତୁରନ୍ତ ପୁଲିସ ଅଫିସର ଦିଲୀପ ସିଂହ ବିଲୱାଲ ଗାଁରେ ପହଞ୍ଚି ଅଭିଯୁକ୍ତ ସମେତ ୬ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗାଁ ଲୋକେ ବାନ୍ଧି ବୁଲାଇବା ସହ ଦୁହିଁଙ୍କୁ ମାଡ଼ ମାରିଥିବା କହିଛନ୍ତି ଦିଲୀପ ସିଂହ।

Rape Survivor Tied, Paraded With Her Attacker In Madhya Pradesh Shocker
NDTV.com

ଦୁଷ୍କର୍ମ ଅଭିଯୋଗରେ ୨୧ବର୍ଷ ବୟସ୍କ ଅଭିଯୁକ୍ତ ବିରୋଧରେ ଗୋଟେ ଏତଲା ଦାୟର କରାଯାଇଥିବା ବେଳେ ଅନ୍ୟ ଏକ ଏତଲା ପୀଡ଼ିତାର ପରିବାର ସଦସ୍ୟ ଏବଂ ବାନ୍ଧି ବୁଲାଇଥିବା ଗାଁ ଲୋକଙ୍କ ବିରୋଧରେ ଦାଖଲ କରାଯାଇଛି।

ସମ୍ବନ୍ଧିତ ଖବର