ମେଡିକାଲ ଟେଷ୍ଟ ପାଇଁ ଦୁଷ୍କର୍ମର ଅଭିଯୋଗ ଆଣିଥିବା ମହିଳାଙ୍କୁ ୨ କିଲୋମିଟର ଚଲାଇଲା ପୁଲିସ!

ମୁମ୍ବାଇ: ଦୁଷ୍କର୍ମ ଅଭିଯୋଗ ଆଣିଥିବା ଜଣେ ମହିଳା ଓକିଲଙ୍କୁ ମେଡିକାଲ ଟେଷ୍ଟ ପାଇଁ ୨ କିଲୋମିଟର ଚଲାଇଲା ପୁଲିସ | ମହାରାଷ୍ଟ୍ରର ମୁମ୍ବାଇରୁ ଏଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ଜଣେ ମହିଳା ଓକିଲ ତାଙ୍କ ପ୍ରତି ହୋଇଥିବା ଦୁଷ୍କର୍ମ ନେଇ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ | ତେବେ ସେହି ପୀଡିତା ମହିଳାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ପ୍ରାୟ ୨ କିଲୋମିଟର ଚଲାଇ ଚଲାଇ ନେଇଥିବାର ଅଭିଯୋଗ ହୋଇଛି । ପୀଡିତାଙ୍କ ଓକିଲ ଏହି ସୂଚନା ଦେଇଛନ୍ତି। ଓକିଲ ନିତିନ ସତପୁତେ କହିଛନ୍ତି ଯେ ପୀଡିତା ତାଙ୍କ ସ୍ୱାମୀ, ଦିଅର ଏବଂ ଅନ୍ୟ ସମ୍ପର୍କୀୟଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ |

ପୀଡିତା ଜଣକ ଅଭିଯୋଗ କରିଥିଲେ ଯେ ବିବାହ ପରେ ତାଙ୍କ ଶାଶୁଘରେ ବାରମ୍ବାର ତାଙ୍କୁ ଦୁଷ୍କର୍ମ କରାଯାଇଥିଲା | ବାରମ୍ବାର ସେ ପୁଲିସ ନିକଟରେ ଏବାବଦରେ ଅଭିଯୋଗ କରିଥିଲେ | କିନ୍ତୁ ପୁଲିସ ମାମଲା ପଞ୍ଜିକରଣ କରିନଥିଲା | ବାରମ୍ବାର କହିବା ପରେ ଭୋଇବାଡା ପୁଲିସ କିଛି ଦିନ ପୂର୍ବରୁ ତାଙ୍କ ଅଭିଯୋଗ ପଞ୍ଜୀକୃତ କରିଥିଲା, କିନ୍ତୁ ଆଜି କେଇଏମ ହସ୍ପିଟାଲରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପୀଡିତା ଜଣକ ଅଭିଯୋଗ କରିଛନ୍ତି ଯେ ଜଣେ ମହିଳା କନେଷ୍ଟବଳ ତାଙ୍କୁ ଟ୍ୟାକ୍ସି ଭଡା ମାଗିଥିଲେ, କିନ୍ତୁ ଭଡା ଦେବାକୁ ଟଙ୍କା ନଥିବାରୁ ସେ ଦେଇପାରିନଥିଲେ | ସେଥିପାଇଁ ମହିଳା କନେଷ୍ଟବଳ ତାଙ୍କୁ ସେଠାରୁ ୨ କିଲୋମିଟର ଚଲାଇବା ସହ ବିଏମସିର କେଇଏମ ହସ୍ପିଟାଲରେ ମେଡିକାଲରେ ପରୀକ୍ଷା କରିଥିଲେ। ତେବେ ଓକିଲ ପ୍ରଶ୍ନ କରିଛନ୍ତି ଯେ ପୀଡ଼ିତାଙ୍କୁ କାହିଁକି ପୁଲିସ ଗାଡ଼ିରେ ନିଆଗଲା ନାହିଁ?

ସମ୍ବନ୍ଧିତ ଖବର