ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜେପି ବିଧାୟକ ଏନ୍ ମୁନିରତ୍ନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା ଏବେ ଥାନାରେ ସାଂଘାତିକ ଅଭିଯୋଗ କରିଛନ୍ତି । ବିଧାୟକ ତାଙ୍କୁ ରାଜ୍ୟ ବିଧାନସଭା ଓ ତାଙ୍କ ସରକାରୀ ଗାଡ଼ି ଭିତରେ ଦୁଷ୍କର୍ମ କରିଥିବା ମହିଳା ଜଣଙ୍କ ଅଭିଯୋଗରେ ଲେଖିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ସାମ୍ନାକୁ ଆସିଛି ।  ଆରଆର୍ ନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଦୁଷ୍କର୍ମ ଓ ହନି ଟ୍ରାପ୍ ଅଭିଯୋଗରେ ଗିରଫ ହେବା ପରେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ବିଧାୟଙ୍କୁ ବର୍ତ୍ତମାନ ଏସଆଇଟି ହେପାଜତରେ ନେଇଛି । ହେଲେ ବିଧାୟକ କିନ୍ତୁ ଅଭିଯୋଗକୁ ସମ୍ପୂର୍ଣ୍ଣ ମିତ୍ୟା ବୋଲି କହିଛନ୍ତି।

Advertisment

:କର୍ଣ୍ଣାଟକ ବିଧାୟକଙ୍କ କଳା କାରନାମା।
:କର୍ଣ୍ଣାଟକ ବିଜେପି ବିଧାୟକ ଏନ୍ ମୁନିରତ୍ନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ।
:ପୀଡ଼ିତା ମହିଳା କରିଛନ୍ତି ଚାଞ୍ଚଲ୍ୟକର ଖୁଲାସା।
:ବିଧାୟକ କରିଥିଲେ ବିଧାନସଭା ଓ ନିଜ କାର ଭିତରେ ଦୁଷ୍କର୍ମ।
:ଆରଆର୍ ନଗର ନିର୍ବାଚନ ମଣ୍ଡଳୀର ବିଧାୟକ ବିତାର ବିଭଗୀୟ ହାଜତରେ ଅଛନ୍ତି।
:ଦୁଷ୍କର୍ମ ଓ ହନି ଟ୍ରାପ୍ ଅଭିଯୋଗରେ ଗିରଫ ହୋଇଛନ୍ତି ଏନ୍ ମୁନିରତ୍ନ।
:ବିଧାୟଙ୍କୁ ବର୍ତ୍ତମାନ ଏସଆଇଟି କଷ୍ଟିଡିକୁ ନେଇଛି।
:ବିଧାୟକ କିନ୍ତୁ ଅଭିଯୋଗକୁ ସମ୍ପୂର୍ଣ୍ଣ ମିତ୍ୟା ବୋଲି କହିଛନ୍ତି।