ସହିଦଙ୍କ ପତ୍ନୀଙ୍କୁ ୭ ବର୍ଷ ଯାଏଁ ଗଣଦୁଷ୍କର୍ମ କଲେ ୬ ଅଭିଯୁକ୍ତ

ଜୟପୁର: ସହିଦଙ୍କ ପତ୍ନୀଙ୍କୁ ୭ ବର୍ଷ ଧରି ଦୁଷ୍କର୍ମ କରୁଥିବାର ଅଭିଯୋଗ | ରାଜସ୍ଥାନ ଜୟପୁରରୁ ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି | ସୂଚନା ଅନୁସାରେ ଜୟପୁରର ଅଲବର ଅଞ୍ଚଳରେ ଜଣେ ସହିଦଙ୍କ ବିଧବା ପତ୍ନୀଙ୍କୁ ୬ ଜଣ ଗଣଦୁଷ୍କର୍ମ କରିଆସୁଥିଲେ | ମହିଳାଙ୍କୁ ଜମି ଦେବାର ପ୍ରଲୋଭନ ଦେଇ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ମଧ୍ୟ ଲୁଟ କରିନେଇଥିବାର ମହିଳା ଜଣକ ଅଭିଯୋଗ କରିଛନ୍ତି | ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ |

ତେବେ ୨୦୧୨ ମସିହାରେ ସେ ସହିଦ ହୋଇଯାଇଥିଲେ | ଏହାପରେ ନିଜ ବାପଘରକୁ ପୀଡିତା ଜଣକ ଚାଲିଆସିଥିଲେ | ସ୍ୱାମୀଙ୍କ ଦେହାନ୍ତ ପରେ ମିଳିଥିବା ଟଙ୍କାକୁ ନେଇ ୬ ଜଣ ଅଭିଯୁକ୍ତ ମହିଳାଙ୍କୁ ଜମି ଦେବାର ପ୍ରତିଶୃତି ଦେଇଥିଲେ |

ମହିଳାଙ୍କୁ ଖାଦ୍ୟରେ ନିଶା ଦେଇ ଦୁଷ୍କର୍ମ କରିଥିଲେ | ତେବେ ଜମି ଦେବାର ପ୍ରତିଶୃତି ଦେଇ ବର୍ଷ ବର୍ଷ ଧରି ତାଙ୍କୁ ଦୁଷ୍କର୍ମ କରାଯାଇଥିବାର ମହିଳା ଜଣକ ଅଭିଯୋଗ କରିଛନ୍ତି | ତେବେ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାରୁ ପୁଲିସ ଏବେ ୫ ଜଣଙ୍କୁ ଧରିବାକୁ ପୁଲିସ ଛାନଭିନ କରୁଛି |

ସମ୍ବନ୍ଧିତ ଖବର