ସନ୍ତାନ ହେଉନଥିବା ସମସ୍ୟା ନେଇ ଯାଇଥିବା ମହିଳାଙ୍କ ସହ ଦୁଷ୍କର୍ମ କରି ଗିରଫ ହେଲେ ମିର୍ଚି ବାବା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-​​୨୦୧୯ରେ ଦିଗବିଜୟ ସିଂଙ୍କ ପାଇଁ ପ୍ରଚାର କରି ଚର୍ଚ୍ଚାକୁ ଆସିଥିବା ବୈରାଗ୍ୟାନନ୍ଦ ଗିରି ଓରଫ ମିର୍ଚି ବାବାଙ୍କୁ ଭୋପାଳ ମହିଳା ପୁଲିସ ଗିରଫ କରିଛି। ମିର୍ଚି ବାବା ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡିତା ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କର ସନ୍ତାନ ହେଉନଥିବାରୁ ସେ ବାବାଙ୍କୁ ଭେଟିଥିଲେ ଏବଂ ବାବା ଏହାର ସୁଯୋଗ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏପରିକି ବାବା ପୀଡିତାଙ୍କୁ ଏ ବିଷୟରେ କାହାକୁ ନ କହିବା ପାଇଁ ମଧ୍ୟ ଧମକ ଦେଇଥିଲେ।

ପୀଡିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ସାଧୁ ବୈରାଗ୍ୟାନନ୍ଦ ଗିରିଙ୍କ ବିରୋଧରେ ଧାରା ୩୭୬, ୫୦୬ ଏବଂ ୩୪୨ଅନୁଯାୟୀ ଏତଲା ପଞ୍ଜୀକୃତ ହେବା ସହ ତାଙ୍କୁ ଗିରଫ କରାଯାଇଛି। ପୀଡିତା ରାଜଧାନୀ ଭୋପାଳର ପଡୋଶୀ ଜିଲ୍ଲା ରାୟସେନର ବାସିନ୍ଦା। ସେ ତାଙ୍କ ଅଭିଯୋଗରେ ପୁଲିସକୁ କହିଛନ୍ତି ଯେ, ତାଙ୍କ ବିବାହକୁ ଚାରି ବର୍ଷ ବିତିଥିଲେ ବି ସେ ଗର୍ଭବତୀ ହୋଇପାରୁନଥିଲେ। ଅନେକ ଚେଷ୍ଟା ବିଫଳ ହେବା ପରେ ସେ ମିର୍ଚି ବାବାଙ୍କ ବିଷୟରେ ଜାଣିବାକୁ ପାଇଥିଲେ। ବାବା ତାଙ୍କୁ ପୂଜା କରି ଏକ ସନ୍ତାନ ଦେବେ ବୋଲି ଦାବି କରିଥିଲେ। ହେଲେ ସେ ତାଙ୍କୁ ଡାକି ଚିକିତ୍ସା ନାମରେ ନିଶା ବଟିକା ଖାଇବାକୁ ଦେବା ସହ ଦୁଷ୍କର୍ମ କରିଥିଲେ। ମହିଳା ବିରୋଧ କରିବାରୁ ସନ୍ତାନ ଏଭଳି ଭାବେ ଜନ୍ମ ହୁଏ ବୋଲି କହିଥିଲେ ବାବା। ଘଟଣାଟି ଜୁଲାଇ ମାସରେ ଘଟିଥିବା ବେଳେ ଏବେ ଅଭିଯୁକ୍ତ ବାବାଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର