ପାକିସ୍ତାନର ପଂଜାବରେ ୬ମାସ ମଧ୍ୟରେ ୨୪୩୯ ମହିଳାଙ୍କୁ ଦୁଷ୍କର୍ମ, ୯୦ଜଣଙ୍କୁ କରାଯାଇଛି ହତ୍ୟା

ପାକିସ୍ତାନ: ପାକିସ୍ତାନର ପଂଜାବ ପ୍ରାନ୍ତରେ ଛଅ ମାସ ମଧ୍ୟରେ ୨୪୩୯ଜଣ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ବେଳେ ୯୦ଜଣଙ୍କ ହତ୍ୟା କରାଯାଇଛି। ପଞ୍ଜାବ ସୂଚନା ଆୟୋଗର ଆକଳନ ଅନୁଯାୟୀ ଏହି ତଥ୍ୟ ସାମ୍ନାକୁ ଆସିଛି।

ଏହି ଆକଳନରୁ ଏହା ଜଣାପଡ଼ିଛି ଯେ ଲାହୋରରେ ୪୦୦ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ଏଥିସହିତ ୨୩୦୦ରୁ ଅଧିକ ମହିଳାଙ୍କୁ ଅପହରଣ ବି କରାଯାଇଛି। ପାକିସ୍ତାନ ମାନବାଧିକାର ଆୟୋଗର ରିପୋର୍ଟ ଅନୁସାରେ, ପାକିସ୍ତାନରେ ପ୍ରତିଦିନ ପାଖାପାଖି ୧୧ଟି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥାଏ।

ଆକଳନରୁ ଏହା ଜଣାପଡ଼ିଛି ଯେ, ଗତ ୬ବର୍ଷ ମଧ୍ୟରେ ଅର୍ଥାତ ୨୦୧୫ରୁ ୨୦୨୧ମସିହା ଭିତରେ ପୁଲିସ ପାଖକୁ ୨୨ହଜାର ଏମିତି ମାମଲା ସାମ୍ନାକୁ ଆସିଥିଲା।  ତେବେ ସମାଜରେ ଯଦି କୌଣସି ମହିଳା ଏଭଳି ଘଟଣାର ସ୍ବୀକାର ହୁଅନ୍ତି ତେବେ ପୀଡିତାଙ୍କୁ ହିଁ ଦୋଷୀ ସାବ୍ୟସ୍ତ କରାଯାଇଛି।

ସେଥିପାଇଁ ଅପରାଧ କରୁଥିବା ଅପରାଧୀଙ୍କ ସାହାସ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଅପରାଧ ହ୍ରାସ ପାଇବାର ନାମ ନେଉନାହିଁ। ଘଟଣାରେ ମାତ୍ର ଏକ ପ୍ରତିଶତ ଅପରାଧୀଙ୍କୁ ଦଣ୍ଡ ମିଳିଥାଏ। ରିପୋର୍ଟରେ ଉଲ୍ଲେଖ ରହିଛି କି, ୨୨ହଜାର ଘଟଣା ମଧ୍ୟରୁ ମାତ୍ର ୭୭ଜଣ ଅପରାଧୀଙ୍କୁ ଦଣ୍ଡ ମିଳିଥାଏ।

ସମ୍ବନ୍ଧିତ ଖବର