ରାଫେଲ ଚୁକ୍ତି ଏକ ଦୁର୍ନୀତି: ରାହୁଲ

ନୂଆଦିଲ୍ଲୀ: ସୁରକ୍ଷା ଓ ବ୍ୟବସାୟିକ କାରଣରୁ ରାଫେଲ ଯୁଦ୍ଧ ବିମାନ କ୍ରୟ ସଂକ୍ରାନ୍ତ ସବିଶେଷ ତଥ୍ୟ ପ୍ରଘଟ ନ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ରୋକ୍‌ଠୋକ ଶୁଣାଇ ଦେବାପରେ ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି ଯେ ଗୋପନ ତଥ୍ୟ ପ୍ରଘଟ ନ କରିବା ଆଳରେ ସରକାର ରାଫେଲ ଚୁକ୍ତିରେ ହୋଇଥିବା ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବାକୁ ଚାହୁଛନ୍ତି। ସେ କହିଛନ୍ତି ଯେ ରାଫେଲ ଯୁଦ୍ଧ ବିମାନ କ୍ରୟ ବାବଦରେ ଫ୍ରାନ୍‌ସ କମ୍ପାନିକୁ ଭାରତ ସରକାର କେତେ ଟଙ୍କା ପୈଠ କରିଛନ୍ତି ତାହା ଲୋକଙ୍କୁ ଜଣାଇବାକୁ ଚାହୁନଥିବାରୁ ଏହି ଚୁକ୍ତି ଏକ ଦୁର୍ନୀତି ବୋଲି ଜଣାପଡ଼ୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପ୍ୟାରିସ୍‌ ଯାଇ ରାଫେଲ ବାବଦ ପୂର୍ବ ଚୁକ୍ତିକୁ ବଦଳାଇଥିଲେ ଏବଂ ଏ ବାବଦରେ ପୂରା ଦେଶ ଜାଣିଛି ସେ ସେ କହିଛନ୍ତି । ସରକାର ଚୁକ୍ତି ବାବଦ ସବୁ ତଥ୍ୟ ପ୍ରଘଟ କରିବାକୁ ରାହୁଲ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର