ରାପିଡ଼ ଆଣ୍ଟିଜେନ ପରୀକ୍ଷା ସହିତ ୧୨୩୪ ପରୀକ୍ଷାଗାର ଜରିଆରେ ବଢ଼ିଲା ନମୁନା ପରୀକ୍ଷଣ ହାର

• ୧୦ ଲକ୍ଷ ଜନସଂଖ୍ୟା ପିଛା ପରୀକ୍ଷଣ ସଂଖ୍ୟା ୯୨୩୧ରୁ ଅଧିକକୁ ବୃଦ୍ଧି

ନୂଆଦିଲ୍ଲୀ : “ପରୀକ୍ଷା, ଚିହ୍ନଟ, ଚିକିତ୍ସା” ରଣନୀତି ଅନୁଯାୟୀ, କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପରୀକ୍ଷଣ ସୁବିଧା ବଢ଼ାଇବା ପାଇଁ ପଦକ୍ଷେପ ନେଉଛନ୍ତି। ଫଳସ୍ୱରୂପ, ଦେଶରେ ପରୀକ୍ଷାଗାର ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଆଇସିଏମଆର ମାର୍ଗଦର୍ଶିକା ଅନୁଯାୟୀ ବର୍ଦ୍ଧିତ ପରୀକ୍ଷଣ ମାମଲାଗୁଡିକର ଶୀଘ୍ର ଚିହ୍ନଟ କରାଯାଇପାରୁଛି।

ପରୀକ୍ଷଣରେ ଆରଟି-ପିସିଆର ଅନ୍ତର୍ଭୁକ୍ତ ହେବାଦ୍ଵାରା କୋଭିଡ-୧୯କୁ ଉତ୍ତମ ମାନକ ମିଳିପାରିଛି । ରାପିଡ ଆଣ୍ଟିଜେନ ପଏଣ୍ଟ ଅଫ କେୟାର ପରୀକ୍ଷା ସହିତ ଏହାକୁ ବୃଦ୍ଧି କରାଯାଇଛି ଯାହାଦ୍ଵାରା ଅଧ ଘଣ୍ଟା ମଧ୍ୟରେ ଫଳାଫଳ ମିଳିପାରୁଛି। ଏହି ମାଧ୍ୟମରେ ଆବଦ୍ଧାଞ୍ଚଳ ଏବଂ ବଫର ଜୋନରେ ପରୀକ୍ଷଣ ବୃଦ୍ଧି ପାଇଛି । ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଏହା ଯଥେଷ୍ଟ ସାହାଯ୍ୟ କରିଛି ।

ସମସ୍ତ ପଞ୍ଜିକୃତ ଡାକ୍ତରମାନେ ବର୍ତ୍ତମାନ ପରୀକ୍ଷା ପାଇଁ ସୁପାରିସ କରିପାରିବେ । ଆରଟି-ପିସିଆର, ଟ୍ରୁନାଟ ଏବଂ ସିବିଏନଏଏଟି ପରୀକ୍ଷାଗାର ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ବ୍ୟାପକ ପରୀକ୍ଷଣର ସୁବିଧା ସହିତ ନମୁନା ପରୀକ୍ଷଣ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୩,୨୬,୮୨୬ ନମୁନା ପରୀକ୍ଷା କରାଯାଇଛି । ପରୀକ୍ଷିତ ୧,୨୭,୩୯,୪୯୦ ନମୁନାଗୁଡ଼ିକର ସମୁଦାୟ ସଂଖ୍ୟା ଦୃଷ୍ଟିରୁ ଏହା ଭାରତ ପାଇଁ ପ୍ରତି ୧୦ ଲକ୍ଷ ଜନସଂଖ୍ୟା ପିଛା ୯୨୩୧.୫ ଥିବା ପରୀକ୍ଷଣ ଚିତ୍ର ଦର୍ଶାଉଛି ।

୧,୨୩୪ ପରୀକ୍ଷାଗାର ସହିତ ଦେଶରେ ପରୀକ୍ଷାଗାର ଭିତ୍ତିଭୂମି ଆହୁରି ମଜବୁତ ହୋଇଛି; ସରକାରୀ ସଂଖ୍ୟା ୮୭୪ ଥିବାବେଳେ ବେସରକାରୀ ସଂଖ୍ୟା ୩୬୦ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର