ନୂଆଦିଲ୍ଲୀ: ଗତ ଦୁଇ ଦଶନ୍ଧିର ଦ୍ରୁତ ବିକାଶ ଗୁଜରାଟର ଗୌରବ ବୋଲି ଆଜି ନବସରିରେ ‘ଗୁଜରାଟ ଗୌରବ ଅଭିଯାନ’ରେ ଯୋଗ ଦେଇ ୩,୦୫୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟଦ୍ବାରା ଜାରି ବିବୃତିରେ ଉଲ୍ଲେଖ ଅଛି, ଏସବୁ ପ୍ରକଳ୍ପ ସମ୍ପୃକ୍ତ ଅଞ୍ଚଳରେ ଜଳଯୋଗାଣ ଉନ୍ନତ କରାଇବାରେ ସହାୟକ ହେବା, ଯୋଗାଯୋଗ ବୃଦ୍ଧି କରିବା ଏବଂ ଜୀବନଯାପନ ସହଜ କରାଇବ।
/sambad/media/post_attachments/wp-content/uploads/2022/06/pm1.jpg)
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ବାରୋପ କରି କହିଛନ୍ତି ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ଅଭୂତପୂର୍ବ ଉନ୍ନତି ହୋଇଛି। ଗତ ଦୁଇ ଦଶନ୍ଧିରେ ହୋଇଥିବା ଦ୍ରୁତ ଉନ୍ନତି ଗୁଜରାଟର ଗୌରବ। ଗତ ୮ ବର୍ଷ ହେବ ‘ସବ୍କା ସାଥ୍, ସବ୍କା ବିକାଶ’ ମନ୍ତ୍ର ଅନୁସରଣ କରି ଆମ ସରକାର ରାଜ୍ୟର ଜନକଲ୍ୟାଣ ପାଇଁ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି।
ଗୁଜରାଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗୁଜରାଟର ଚିଖ୍ଲିର ଆଦିବାସୀମାନେ ପାରମ୍ପରିକ ସ୍ବାଗତ କରିଥିଲେ।