ନୂଆଦିଲ୍ଲୀ : ସାମାନ୍ୟ ଲକ୍ଷଣ ଥାଇ କୋଭିଡ୍-୧୯ରୁ ଆରୋଗ୍ୟ ଲାଭ କରିଥିବା ପୀଡ଼ିତମାନେ ଭବିଷ୍ୟତରେ ସାନି ସଂକ୍ରମଣରୁ ସଂପୂର୍ଣ୍ଣ ରକ୍ଷା ପାଇପାରିବେ ନାହିଁ ବୋଲି ସଦ୍ୟ ଏକ ରିପୋର୍ଟରୁ ଜଣାଯାଇଛି। ଏହା ଗୋଷ୍ଠୀ ରୋଗପ୍ରତିରୋଧକତା ଓ କୌଣସି ଫଳପ୍ରଦ ଟିକାର ସ୍ଥାୟୀତ୍ବ ଉପରେ ପ୍ରଶ୍ନବାଚୀ ଲଗାଇଛି। ଲସ୍ ଆଞ୍ଜେଲ ସ୍ଥିତ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ଅଧୀନ ଗେଫେନ୍ ସ୍କୁଲ୍ ଅଫ୍ ମେଡିସିନ୍ର ଗବେଷକମାନଙ୍କ ସୂଚନାନୁଯାୟୀ, ଲଣ୍ଡନରେ କୋଭିଡ୍ରୁ ସୁସ୍ଥ ହୋଇଥିବା ୩୪ ଜଣ ରୋଗୀଙ୍କର ରକ୍ତ ନମୁନା ପରୀକ୍ଷଣରୁ ସେମାନଙ୍କ ଆଣ୍ଟିବଡି ସ୍ତର ଢେର୍ କମିଯାଇଥିବା ଗବେଷକମାନେ ଜାଣିପାରିଛନ୍ତି। ସେମାନେ ଆରୋଗ୍ୟ ହେବାର ୩୭ ଦିନ ଓ ୮୬ ଦିନ ପରେ ଏପରି ରକ୍ତ ପରୀକ୍ଷା କରାଯାଇଥିଲା। ଏପରିକି ଏହି ଆଣ୍ଡିବଡି ସ୍ତର ୭୩ ଦିନରେ ଅଧା ହୋଇଯାଉଥିବା ଜଣାଯାଇଛି। ଚିନ୍ତାର ବିଷୟ ହେଉଛି, ପୂର୍ବରୁ କିଛିବର୍ଷ ତଳେ ଉପଦ୍ରବ ରଚାଇଥିବା ସାର୍ସ ସଂକ୍ରମଣ ତୁଳନାରେ ମଧ୍ୟ କୋଭିଡ୍ ସଂକ୍ରମିତଙ୍କ ଆଣ୍ଟିବଡି ଶ୍ରୀଘ୍ର ହ୍ରାସ ହୋଇଯାଉଛି। ସୁସ୍ଥ ହୋଇଥିବା ଜଣେ ରୋଗୀ ପୁଣି ଥରେ ସଂକ୍ରମିତ ହେଲେ ସଂପୃକ୍ତ ରୋଗୀର ରୋଗପ୍ରତିରୋଧକତା କାମ ଦେବନାହିଁ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। ଅପରପକ୍ଷେ, ୯୦ ଦିନ ପରେ ରୋଗୀର ଆଣ୍ଟିବଡି ସ୍ତର କେତେ ରହୁଛି ସେ ସମ୍ପର୍କରେ ଅଧିକ ଅନୁଧ୍ୟାନ ଜରୁରୀ ବୋଲି ଗେଫେନ୍ ସ୍କୁଲ୍ର ମୁଖ୍ୟ ଗବେଷକ ଏଫ୍. ଜାଭିଅର୍ ଇବାରୋଣ୍ଡୋ କହିଛନ୍ତି। ଯଦିଓ ବିଶେଷ କରି କୋଭିଡ୍ ସଂକ୍ରମଣ ବିରୋଧରେ ଏହି ଆଣ୍ଟିବଡିର ସୁରକ୍ଷା ଭୂମିକା କେତେ ତାହା ସ୍ପଷ୍ଟ ହୋଇନାହିଁ, ତେବେ ମୋଟାମୋଟି ଭାବେ ଯେ କୌଣସି ସଂକ୍ରମଣ ପାଇଁ ଏହା ସୁରକ୍ଷା ଦେଇଥାଏ ବୋଲି ସେ କହିଛନ୍ତି।
ଆଣ୍ଟିବଡିର ଦ୍ରୁତ ହ୍ରାସ ରୋଗପ୍ରତିରୋଧକ ନଷ୍ଟ କରିବ
/sambad/media/post_attachments/wp-content/uploads/2020/07/skynews-coronavirus-covid-19_4989883.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)