ନୂଆଦିଲ୍ଲୀ: କ୍ରମଶଃ ଦିଘା ଓ ହାଟିୟା ଦ୍ବୀପପୁଞ୍ଜ ଆଡ଼କୁ ଅଗ୍ରସର ହେଉଥିବା ବାତ୍ୟା ଅମ୍ଫାନର ସ୍ଥଳଭାଗ ପ୍ରବେଶ ପ୍ରକ୍ରିୟା ଅପରାହ୍ଣ ୪ଟା ପରେ ଆରମ୍ଭ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ପଶ୍ଚିମବଙ୍ଗର ସୁନ୍ଦରବନ ପାଖରେ ଅମ୍ଫାନ୍ ଲ୍ୟାଣ୍ଡ୍ଫଲ୍କ ରିବାର ସମ୍ଭାବନା ଅଛି। ଏହି ସମୟରେ ସୁନ୍ଦରବନରୁ ମହାବଳ ବାଘମାନେ ଦକ୍ଷିଣ ୨୪ ପ୍ରଗଣାର ଜନବସତି ମଧ୍ୟକୁ ଚାଲି ଆସିବାର ଆଶଙ୍କା ରହିଛି। ଏହାର ପ୍ରତିକାର ପାଇଁ ପଶ୍ଚିମବଙ୍ଗ ସରକାର ରାପିଡ୍ ରେସ୍ପନ୍ସ୍ ଗଠନ କରିଛି।
ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ୍ ରବି କାନ୍ତ ସିହ୍ନା କହିଛନ୍ତି ଯେ ଜିଲ୍ଲାର ଗୋସବା ଅଞ୍ଚଳରେ ଥିବା ହେନ୍ତାଳବନରେ ପରିସ୍ଥିତି ଉପରେ ଦୃଷ୍ଟି ରଖିବାକୁ ୨୪ ଘଣ୍ଟିଆ ମନିଟରିଙ୍ଗ୍ ବ୍ୟବସ୍ଥା କରାଯାଇଛି।
ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସାଞ୍ଜେଖାଲି ଏବଂ ଝରଖାଲି ଅଞ୍ଚଳରେ ରେପିଡ୍ ରେସ୍ପନ୍ସ ଟିମ୍ ଟ୍ରାଙ୍କ୍ୟୁଲାଇଜର୍ ବନ୍ଧୁକ, ଜାଲ ଏବଂ ସ୍ପିଡ୍ ବୋଟ୍ ସହ ପ୍ରସ୍ତୁତ ରହିଛନ୍ତି।
Image Source: Zee Newsକୋଲ୍କାତା ପାଣିପାଗ ବିଭାଗ ସୂଚନା ଅନୁସାରେ, ସ୍ଥଳଭାଗ ପ୍ରବେଶ ପରେ ବାତ୍ୟା ଅମ୍ଫାନ୍ ଉତ୍ତର-ଉତ୍ତରପୂର୍ବ ମୋଡ଼ ନେଇ କୋଲ୍କାତାର ଅତି ନିକଟ ଦେଇ ଅତିକ୍ରମ କରିବ। ସେତେବେଳେ କୋଲ୍କାତାରେ ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର ବେଗରେ ପ୍ରବାହିତ ବତାସ ଅନୁଭୂତ ହେବ। ଏଥିପାଇଁ କୋଲ୍କାତା ପୁଲିସ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶଯାଏଁ ସମସ୍ତ ଫ୍ଲାଏଓଭର୍ ବନ୍ଦ ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଛି।
ସେ ଏବଂ ବରିଷ୍ଠ ସରକାରୀ ଅଧିକାରୀମାନେ ସିଧାସଳଖ ରାଜ୍ୟର ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି ବୋଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଆଜି ସେ ରାଜ୍ୟ ସଚିବାଳୟରେ ଉପସ୍ଥିତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/tigers.jpg)