ସିଓଲ୍ : ଭାରତ ଏବଂ ବିଶ୍ବର ଅନ୍ୟ ଅଂଚଳରେ ମେଡିକାଲ ଆବଶ୍ୟକତାକୁ ପୂରଣ କରିବା ପାଇଁ ଦକ୍ଷିଣ କୋରିଆ ପ୍ରତି ସପ୍ତାହରେ ୫ ଲକ୍ଷ କୋଭିଡ୍-୧୯ ର୍ୟାପିଡ୍ ଏଣ୍ଟିବଡି ଟେଷ୍ଟିଂ କିଟ୍ ତିଆରି କରିବ। ହରିୟାଣାର ମନେସର୍ରେ ଏକ ଦକ୍ଷିଣ କୋରିଆ ଫାର୍ମ୍ ଏହାର ଭାରତୀୟ ସହାୟକ କମ୍ପାନି ସହ ମିଶି ଏହି କିଟ୍ ପ୍ରସ୍ତୁତ କରିବ। ଭାରତୀୟ ଦୂତାବାସ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଏହା କୁହାଯାଇଛି। ଏନେଇ କାମ ଆରମ୍ଭ ହୋଇସାରିଛି। ଏସ୍ଡି ବାୟୋସେନ୍ସର ହେଲ୍ଥକେୟାର ପ୍ରାଇଭେଟ୍ ଲିମିଟେଡ୍ ପ୍ରତି ସପ୍ତାହକୁ ୫ ଲକ୍ଷ ଟେଷ୍ଟ୍ କିଟ୍ ପ୍ରସ୍ତୁତ କରିବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୯ ତାରିଖରେ ରୢାପିଡ୍ ଏଣ୍ଟିବଡି ଟେଷ୍ଟ୍ କିଟ୍ ବାହାରିଛି। ଭାରତରେ ବଢ଼ୁଥିବା ଆବଶ୍ୟକତା ପୂରଣ ପାଇଁ ଆଗକୁ ଏହି କମ୍ପାନି ଆହୁରି ଅଧିକରୁ ଅଧିକ ଟେଷ୍ଟ୍ କିଟ୍ ପ୍ରସ୍ତୁତ କରିବ ବୋଲି ଦୂତାବାସ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ଦକ୍ଷିଣ କୋରିଆକୁ ଭାରତୀୟ ଆମ୍ବାସଡର ଶ୍ରୀପ୍ରିୟା ରଙ୍ଗନାଥନ ମଧ୍ୟ ଏହି ଫାର୍ମ ଯାଇ ବୁଲିଛନ୍ତି। ଚୀନ୍ରୁ ଆସିଥିବା ରୢାପିଡ୍ ଏଣ୍ଟିବଡି ଟେଷ୍ଟିଂ କିଟ୍ ତ୍ରୁଟିପୂର୍ଣ୍ଣ ବିଚେବନା କରାଯାଇଥିବାବେଳେ ଦକ୍ଷିଣ କୋରିଆ ଫାର୍ମ ଏହାର ଉତ୍ପାଦନ ବଢ଼ାଇବାପାଇଁ ଯୋଜନା କରିଛି।
ହରିୟାଣାରେ ପ୍ରତି ସପ୍ତାହରେ ୫ ଲକ୍ଷ ର୍ୟାପିଡ୍ ଟେଷ୍ଟିଂ କିଟ୍ ତିଆରି ହେବ, କିଟ୍ ପ୍ରସ୍ତୁତ କରିବ ଦକ୍ଷିଣ କୋରିଆ
/sambad/media/post_attachments/wp-content/uploads/2020/04/corona-rapid.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)