ଆସନ୍ତାକାଲି ମାଗଣା ସେବା ଦେବ ‘ରାପିଡୋ’

ନୂଆଦିଲ୍ଲୀ: ଶୀର୍ଷକ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କି ? ଆସନ୍ତାକାଲି କେବଳ ଦିଲ୍ଲୀରେ ହିଁ ମାଗଣାରେ ସେବା ଦେବ ‘ରାପିଡୋ’ | ଅନଲାଇନ ବାଇକ ସେବା ପ୍ରଦାନକାରୀ କମ୍ପାନୀ ‘ରାପିଡୋ’ ଦିଲ୍ଲୀ ନିର୍ବାଚନକୁ ନେଇ ଏକ ନିଆରା ଘୋଷଣା କରିଛି | ଆସନ୍ତାକାଲି ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ହେବାକୁ ଥିବାବେଳେ ରାପିଡୋ ଦିଲ୍ଲୀବାସୀଙ୍କୁ ମାଗଣା ବାଇକ ସେବା ଦେବାକୁ ଘୋଷଣା କରିଛି | ୭୦ଟି ଆସନ ପାଇଁ ଦିଲ୍ଲୀ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଭୋଟ ଗ୍ରହଣ କେନ୍ଦ୍ରରୁ ୩ କିଲୋମିଟର ପରିସର ମଧ୍ୟରେ ହିଁ ଏହି ମୁକ୍ତ ସେବା ଉପଲବ୍ଧ ହେବ |

photo-Odisha diary

ରାପିଡୋର ସହ ସଂସ୍ଥାପକ ଅରବିନ୍ଦ ଶଙ୍କା କହିଛନ୍ତି ଯେ ,ମତଦାନ କେନ୍ଦ୍ରରେ ପହଂଚିବା ପାଇଁ ଦିଲ୍ଲୀ ଭୋଟର ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ କରନ୍ତି ତାହାକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି | ଭୋଟର ଏହି ଦିନିକିଆ ଅଫରର ଫାଇଦା ନେବାକୁ ଚାହୁଁଥିଲେ ରାପିଡୋ ଆପ ମାଧ୍ୟମରେ କୋଡ଼ ଆଇଭୋଟ ଟାଇପ କରିବାକୁ ପଡ଼ିବ | ଏହା ପରେ ରାପିଡୋ ବାଇକ ଆସିଯିବ |

ଏହି ଅଫର ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଉପଲବ୍ଧ ରହିବ | ରାପିଡୋ ଦେଶର ପାଖାପାଖି ୧୦୦ଟି ସହରରେ କାର୍ଯ୍ୟ କରୁଥିବାବେଳେ ଦିଲ୍ଲୀରେ ଗତ ବର୍ଷ ନଭେମ୍ବରରେ ଲଞ୍ଚ କରାଯାଇଥିଲା | ଏ ଯାଏଁ କମ୍ପାନୀର ପ୍ଲାଟଫର୍ମରେ ୧ ଲକ୍ଷ ଦିଲ୍ଲୀବାସୀ ଏହି ଗ୍ରାହକ ଅଛନ୍ତି |

ସମ୍ବନ୍ଧିତ ଖବର