ଭୋପାଳ: ଭୋପାଳରେ ନିଜ ୬ ବର୍ଷୀୟା ଝିଅକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଜଣେ ପିତାକୁ ସ୍ବତନ୍ତ୍ର କୋର୍ଟ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମାମଲାକୁ ଅତ୍ୟନ୍ତ ବିରଳ ଦର୍ଶାଇ ସ୍ବତନ୍ତ୍ର ବିଚାରପତି କୁମୁଦିନୀ ପଟେଲ୍ ୪୨ ବର୍ଷୀୟ ଏହି ଅପରାଧୀକୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଘଟଣାଟି ୨୦୧୭ ମାର୍ଚ୍ଚ ୧୫ ଘଟିଥିଲା ବେଳେ କୋର୍ଟ ଏହା ଉପରେ ଆଜି ଦଣ୍ଡ ଶୁଣାଣି କରିଛନ୍ତି। ପତ୍ନୀର ଚରିତ୍ର ଉପରେ ସନ୍ଦେହ କରିଆସୁଥିବା ଅଭିଯୁକ୍ତ ଜଣକ ନିଜ ଝିଅକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ଅତି ନିର୍ମମ ଭାବେ ହତ୍ୟା କରିଥିଲା।
ଦୁଷ୍କର୍ମକାରୀ ପିତାକୁ ମୃତ୍ୟୁଦଣ୍ଡାଦେଶ
/sambad/media/post_attachments/wp-content/uploads/2018/12/rapist_gets_death_in_mp_first_after_the_new_law.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)