ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ

ଭୋପାଳ: ମଧ୍ୟପ୍ରଦେଶରେ ଜଣେ ନାବାଳିକା ଦୁଷ୍କର୍ମକାରୀଙ୍କୁ ଏକ କୋର୍ଟଙ୍କ ପକ୍ଷରୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଗତବର୍ଷ ଡିସେମ୍ବର ୭ରେ ରାଜ୍ୟର ସାଗର ଜିଲ୍ଲା ଅନ୍ତର୍ଗତ ଦେଭାଲ ଗ୍ରାମରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ୨୨ ବର୍ଷୀୟ ସର୍ବେଶ ସେନ୍‌ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ନିଅାଁ ଲଗାଇ ପୋଡ଼ି ମାରିଦେଇଥିଲା। ଆଇପିସି ଅନୁସାରେ ସେନ୍‌କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେହିଦିନଠାରୁ ସେ ଜେଲ୍‌ରେ ରହିଥିଲା।

ସମ୍ବନ୍ଧିତ ଖବର