ଦୁଷ୍କର୍ମକାରୀଙ୍କୁ ସର୍ବସାଧାରଣଙ୍କ ସାମ୍ନାରେ ପିଟି ପିଟି ହତ୍ୟା କରିବା ଉଚିତ: ରାଜ୍ୟସଭାରେ କହିଲେ ଜୟା ବଚ୍ଚନ

ନୂଆଦିଲ୍ଲୀ: ହାଇଦ୍ରାବାଦରେ ୨୬ ବର୍ଷୀୟ ପଶୁଡାକ୍ତରାଣୀଙ୍କ ସହ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଘଟଣା ସମଗ୍ର ଦେଶରେ ହୋହଲ୍ଲା ଚାଲିଥିବା ବେଳେ ସୋମବାର ଦିନ ରାଜ୍ୟ ସାଂସଦ ଜୟା ବଚ୍ଚନ କହିଛନ୍ତି ଯେ ଦୁଷ୍କର୍ମକାରୀମାନଙ୍କୁ ସର୍ବସାଧାରଣଙ୍କ ସାମ୍ନାକୁ ଆଣି ପିଟି ପିଟି ହତ୍ୟା କରାଯିବା ଉଚିତ।

ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ କହିଲେ: ଦୁଷ୍କର୍ମ ମାମଲାର ଅଭିଯୁକ୍ତମାନଙ୍କ ସମ୍ପର୍କରେ ସର୍ବସାଧାରଣରେ ପ୍ରଚାର କରାଯିବା ଉଚିତ। ଏ ଧରଣର ବ୍ୟକ୍ତିମାନଙ୍କୁ ସର୍ବସାଧାରଣଙ୍କ ସମ୍ମୁଖକୁ ଅଣାଯାଇ ପିଟି ପିଟି ହତ୍ୟା କରାଯିବା ଉଚିତ।

Image Source: Hindustan Times

ମହିଳାମାନଙ୍କ ବିରୋଧରେ ବଢୁଥିବା ଅପରାଧ ଦମନ ପାଇଁ ସରକାର କ’ଣ କରୁଛନ୍ତି ବୋଲି ବଚ୍ଚନ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି: ଦୁଷ୍କର୍ମ ମାମଲାଗୁଡ଼ିକୁ ସରକାର କିପରି ଦମନ କରିଛନ୍ତି ସେ ବିଷୟରେ ସରକାର ଠିକଣା ଜବାବ ଦେବାର ସମୟ ଆସିଛି। ପଶୁଡାକ୍ତରାଣୀ ଦୁଷ୍କର୍ମର ସରବ୍ୟ ହେବା ପୂର୍ବରୁ ସେ ଭଳି ଗୋଟାଏ ଘଟଣା ମଧ୍ୟ ହାଇଦ୍ରାବାଦରେ ଘଟିଛି।

ସମ୍ବନ୍ଧିତ ଖବର