ଦୁଷ୍କର୍ମ ଅଭିଯୁକ୍ତ ବିଏସ୍‌ପି ସାଂସଦ ଆତ୍ମସମର୍ପଣ କଲେ

ବାରଣାସୀ: ଦୁଷ୍କର୍ମ ଅଭିଯୁକ୍ତ ବିଏସ୍‌ପି ସାଂସଦ ଅତୁଲ ରାୟ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଉତ୍ତରପ୍ରଦେଶରେ ଘୋଷି ସାଂସଦ ଅତୁଲ ରାୟ ତାଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ମାମଲାରେ ଆଜି ବାରଣାସୀ ସ୍ଥିତ ସିଜେଏମ୍‌ କୋର୍ଟରେ ହାଜର ହୋଇଛନ୍ତି। କୋର୍ଟରେ ହାଜର ହେବାପରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ରିମାଣ୍ଡ୍‌ରେ ପଠାଇ ଦିଆଯାଇଛି। ଗତ ଏପ୍ରିଲ୍‌ରେ ଅତୁଲ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବା ପରେ ଜଣେ ମହିଳା ତାଙ୍କ ବିରୋଧ‌ରେ ମେ’ ୨ ତାରିଖରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ରାୟ ୨୦୧୮ ମାର୍ଚ୍ଚରେ ତାଙ୍କୁ ତାଙ୍କ ବାସଭବନକୁ ଡାକିଥି‌ଲେ। ସେ ତାଙ୍କ ପତ୍ନୀଙ୍କ ସହ ତାଙ୍କୁ ପରିଚୟ କରାଇଦେବେ ବୋଲି କହିଥିଲେ। କିନ୍ତୁ ସାଂସଦ ଜଣଙ୍କ ତାଙ୍କୁ ଦୁଷ୍କର୍ମ କରି ଏହାର ଭିଡିଓ ରେକର୍ଡିଂ କରିଥିଲେ ଏବଂ ପରେ ତାଙ୍କୁ ଏହି ଭିଡିଓ ମାଧ୍ୟମରେ ବ୍ଲାକମେଲ୍‌ କରିଥିଲେ ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର