ବିରଳ ଘଟଣା : ସି ଜିନପିଙ୍ଗଙ୍କୁ ଚୀନରେ ବିରୋଧ

ବେଜିଂ : ଶାସକଙ୍କ ବିରୋଧରେ ଲୋକମାନଙ୍କ ବିରୋଧ,  ବିକ୍ଷୋଭ ପ୍ରଦର୍ଶନ ଗଣତାନ୍ତ୍ରିକ ଦେଶରେ ଏକ ସାଧାରଣ କଥା । କାରଣ ଏହା ଲୋକମାନଙ୍କ ଗଣତାନ୍ତ୍ରିକ ଅଧିକାର ।  କିନ୍ତୁ ଚୀନ ପରି ଏକଛତ୍ରବାଦୀ ଦେଶରେ ଏହା ଏକ ବିରଳ ଘଟଣା । ଏପରି ବିରଳ ଘଟଣା ଏବେ ଚୀନରେ ଘଟିବାରେ ଲାଗିଛି ।

ଚୀନର ରାଜଧାନୀ ବେଜିଂ ଏବେ କମ୍ୟୁନିଷ୍ଟ ପାର୍ଟିର ୨୦ତମ ଜାତୀୟ କଂଗ୍ରେସ ଚାଲିଥିବାବେଳେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବିରୋଧରେ ଦେଶର କେତେକ ସ୍ଥାନରେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଜଣାପଡ଼ିଛି । ଲୋକମାନେ ପ୍ଲାକାର୍ଡ ଧରି ସରକାର ବିରୋଧୀ ସ୍ଲୋଗାନ ଦେଉଛନ୍ତି । ଲୋକମାନେ ଧରି ଥିବା ପ୍ଲାକାର୍ଡରେ ଲେଖାଯାଇଛି- “ଆମେ ଖାଦ୍ୟ ଚାହୁଁ, ପିସିଆର ଟେଷ୍ଟ ନୁହେଁ ; ଆମେ ସ୍ବାଧୀନତା ଚାହୁଁ.. ଲକଡାଉନ ନୁହେଁ ; ଆମେ ସମ୍ମାନ ଚାହୁଁ, ମିଛ ନୁହେଁ ।

ଚୀନ ସରକାର ଏସବୁ ବିକ୍ଷୋଭ ଖବରକୁ ଚାପିଦେବାକୁ ଉଦ୍ୟମ କରିଚାଲିଛନ୍ତି । ଏହା ସତ୍ତ୍ବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏ ନେଇ କେତେକ ଖବର ପ୍ରକାଶିତ ହୋଇଛି । ରିପୋର୍ଟ ଅନୁସାରେ ‘ଭଏସ୍ ଅଫ ଚାଇନା’ ନାମକ ଏକ ଗ୍ରୁପ ପକ୍ଷରୁ ଏସବୁ ବିକ୍ଷୋଭ କରାଯାଉଛି । ଉଭୟ ଅନଲାଇନ ଓ ସଡ଼କରେ ଏହି ବିରୋଧ ପ୍ରଦର୍ଶନ କରାଯାଉଛି । ସାଂଘାଇ, ବେଜିଂ, ସେନଜେନ, ଗୁଆନଝୁ ଓ ହଂକଂରେ ଏପରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚୀନ ସୋସିଆଲ ମିଡିଆ ଓ୍ବେବୋରେ ଏ ସଂପର୍କିତ ଖବର ଓ ପୋଷ୍ଟକୁ ପ୍ରଶାସନ ପକ୍ଷରୁ ସେନସର କରାଯାଉଛି ।

 

 

ସମ୍ବନ୍ଧିତ ଖବର