ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍‌ ଭାରତ ଗସ୍ତର ଆଜି ଦ୍ବିତୀୟ ଦିନରେ ରାଜଧାନୀ ଦିଲ୍ଲୀର ଅନେକ ସ୍ଥାନ ବୁଲି ଦେଖିଛନ୍ତି। ଶେଷରେ ସଂଧ୍ୟାରେ ରା‌ଷ୍ଟ୍ରପତି ରାମନାଥ କୋବିନ୍ଦ ଆୟୋଜନ କରିିଥିବା ରାତ୍ର ଭୋଜନ ପାଇଁ ଟ୍ରମ୍ପ୍‌ ଓ ମେଲାନିଆ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ।

Advertisment

ଏହି ଅବସରରେ ମେଲାନିଆ ଏକ ଗୋଲାପୀ ରଂଗର ଗାଉନ୍‌ ପିନ୍ଧିଥିବାର ନଜର ଆସିଥିଲେ। ମେଲାନିଆ ଏହି ଗାଉନ୍‌ ସହ ମ୍ୟାଚ୍‌ କରାଇ କୁନ୍ଦନ, ଝୁମୁକା, ଅନ୍ୟାନ୍ୟ ଅଳଙ୍କାର ସହ ହିଲ୍‌ ପରିଧାନ କରି ବେଶ୍‌ ସ୍ବତନ୍ତ୍ର ଦିଶିଥିଲେ। ସେ ତାଙ୍କ ସ୍ବତନ୍ତ୍ର ଢଙ୍ଗରେ ଆଇଲାଇନର୍‌ ଓ ଗୋଲାପୀ ଲିପ୍‌ଷ୍ଟିକ୍‌ ଲଗାଇ ମେକ୍‌ଅପ୍‌ ନେଇଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ୍‌ ନ୍ୟାଭି ବ୍ଲୁ ରଂଗର ବ୍ଲେଜର୍‌ ଓ ପ୍ୟାଣ୍ଟ୍‌ ପିନ୍ଧିଥିବାର ନଜର ଅ‌ାସିଥିଲେ।

ଏହି ଦୁଇ ବିଦେଶୀ ଅତିଥିଙ୍କ ପାଇଁ ରାଷ୍ଟ୍ରପତି ଭବନରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟର ବନ୍ଦୋବସ୍ତ କରାଯାଇଥିଲା। ଷ୍ଟାଟର୍‌ରେ ଫିସ୍‌ ଟିକା, ଅ‌ାଲୁ ଟିକି, ସ୍ପିନାଚ ଚାଟ ଓ ବିଭିନ୍ନ ଧରଣର ଖାଦ୍ୟ ରହିଥିବା ବେଳେ ମେନ୍‌ କୋର୍ସରେ ଅନ୍ୟ ଖାଦ୍ୟ ବ୍ୟତୀତ ରାଷ୍ଟ୍ରପତି ଭବନର ‌ସ୍ବତନ୍ତ୍ର ଡାଲ୍‌ ଓ ଚାୱଲ୍‌ ରହିଥିଲା।

ଡୋନାଲ୍ଡ ଟ୍ରମ୍ପ୍‌ ମାଂସକୁ ଖୁବ୍ ଭଲ ପାଉଥିବା ହେତୁ ତାଙ୍କୁ ମଟନ୍‌ ବିରିୟାନି ଓ ମଟନ୍‌ ରାନ୍‌ ଡିସ୍‌ ଦିଆଯାଇଥିଲା। ଏହା ବ୍ୟତୀତ ମସ୍‌ରୁମ୍‌ ଓ ରାଇତା ଆଦି ବି ପରଷା ଯାଇଥିଲା। ସେହିପରି ଡେଜର୍ଟ‌ରେ ଟ୍ରମ୍ପ୍‌ ଦମ୍ପତିଙ୍କୁ ହେଜଲନଟ୍‌-ଆପେଲ୍‌, ଭ୍ୟାନିଲା ଆଇସ୍‌କ୍ରିମ୍‌ ଓ ରାବିଡ଼ି ମିଶ୍ରିତ ମାଲପୁଆ ଦିଆଯାଇଥିଲା।