ନୂଆଦିଲ୍ଲୀ: ଶିଶୁ ଅଧିକାର ଏବଂ ଶିଶୁମାନଙ୍କ ଜୀବନରେ କୋଭିଡ୍-୧୯ର ପ୍ରଭାବ ଯୋଗୁଁ ସେମାନଙ୍କ ପ୍ରତି ସାହଚର୍ଯ୍ୟ ପ୍ରଦର୍ଶନପୂର୍ବକ ନଭେମ୍ବର ୨୦ ତାରିଖ ‘ବିଶ୍ବ ଶିଶୁଦିବସ’ ଅବସରରେ ରାଷ୍ଟ୍ରପତି ଭବନ, କୁତୁବ ମୀନାର ଏବଂ ଭାରତରେ ଥିବା ଅନ୍ୟାନ୍ୟ ସ୍ମାରକୀଗୁଡ଼ିକୁ ନୀଳ ଆଲୋକରେ ଉଦ୍ଭାସିତ କରାଯିବ ବୋଲି ‘ୟୁନିସେଫ୍’ କହିଛି।
‘ଗୋ ବ୍ଲୁ’ ଅଭିଯାନରେ ଏହି ଭବ୍ୟ ସ୍ମାରକୀଗୁଡ଼ିକରେ ନୀଳ ଆଲୋକ ପ୍ରଜ୍ଜ୍ବଳନ କରାଯିବ।
‘ୟୁନିସେଫ୍’ କହିଛି, ‘ବିଶ୍ବ ଶିଶୁଦିବସ’ ଅବସରରେ ଏ ବର୍ଷର କାର୍ଯ୍ୟକଳାପ ସବୁ ଭର୍ଚୁଆଲ୍ ଏବଂ ଡିଜିଟାଲ୍ ମଞ୍ଚରେ ଅନୁଷ୍ଠିତ ହେବ।
Image Courtesy of The Hans Indiaପ୍ରାପ୍ତ ବୟସ୍କମାନଙ୍କ ସହ ପିଲାମାନେ ମଧ୍ୟ ମାସ୍କ୍ ପିନ୍ଧିବେ ଏବଂ ଶାରୀରିକ ଦୂରତା ବଜାୟ ରଖିବେ। ଏହାର ଅର୍ଥ ନୁହେଁ ଯେ, ଏଥରର ‘ବିଶ୍ବ ଶିଶୁଦିବସ’ରେ ପିଲାମାନଙ୍କର ପାଟି ଶୁଭିବ ନାହିଁ- ପିଲାମାନେ ମାସ୍କ୍ ପିନ୍ଧିବେ କିନ୍ତୁ, ନିରବ ରହିବେ ନାହିଁ! ଏକ ବିବୃତିରେ ଜାତିସଂଘର ଏହି ଅନୁଷ୍ଠାନ ଏକଥା କହିଛି।
‘ପାର୍ଲାମେଣ୍ଟାରିଆନ୍ସ୍ ଗ୍ରୁପ୍ ଫର୍ ଚିଲ୍ଡ୍ରେନ୍’ର (ପିସିଜି) ସହଭାଗୀତାରେ ‘ୟୁନିସେଫ୍’ ନଭେମ୍ବର ୨୦ ତାରିଖ ଦିନ ‘କ୍ଲାଇମେଟ୍ ପାର୍ଲାମେଣ୍ଟ୍’ ଆୟୋଜନ କରିବ। ଏହାର ନେତୃତ୍ବ ନେବେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଏବଂ ପାର୍ଲାମେଣ୍ଟ୍ର ୩୦ଜଣ ସଦସ୍ୟ। ପିଲାମାନେ ସାଂସଦମାନଙ୍କ ସହ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଂକ୍ରାନ୍ତରେ ଆଲୋଚନା କରିବେ ଏବଂ ‘କ୍ଲାଇମେଟ୍ ଆକ୍ସନ୍’ ସଂକ୍ରାନ୍ତରେ ଏକ ‘ଚାର୍ଟର୍ ଡିମାଣ୍ଡ୍’ ଉପସ୍ଥାପନ କରିବେ। ଅଂଶଗ୍ରହଣକାରୀ ସାଂସଦମାନେ ସାମଗ୍ରିକ ଶିଶୁ ଅଧିକାର ଏବଂ ‘କ୍ଲାଇମେଟ୍ ଆକ୍ସନ୍’ ସଂକ୍ରାନ୍ତ ପ୍ରସ୍ତାବ ତଥା ଗ୍ରହଣ କରିବାକୁ ଥିବା ଯୋଜନାକୁ ସମର୍ଥନ କରି ଏକ ପ୍ରତିଶ୍ରୁତି ପତ୍ର ସ୍ବାକ୍ଷର କରିପାରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/rpb.jpg)