ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧ ତାରିଖରୁ ପ୍ରତି ସପ୍ତାହରେ ପାଞ୍ଚ ଦିନ ପାଇଁ ରାଷ୍ଟ୍ରପତି ଭବନ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲା ରହିବ ବୋଲି ସୋମବାର ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।
ରାଷ୍ଟ୍ରପତି ଭବନ ପ୍ରତି ସପ୍ତାହର ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ଏବଂ ରବିବାର (ଗେଜେଟେଡ୍ ଛୁଟିଦିନ ବ୍ୟତୀତ) ଦିନକୁ ପାଞ୍ଚ ଥର ପୂର୍ବାହ୍ନ ୧୦ରୁ ୧୧, ୧୧ରୁ ୧୨, ୧୨ରୁ ୧ ଏବଂ ଅପରାହ୍ନ ୨ରୁ ୩ ଓ ୩ରୁ ୪ ମଧ୍ୟରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଉପଲବ୍ଧ ହେବ।
ରାଷ୍ଟ୍ରପତି ଭବନ ପରିସର ବୁଲି ଦେଖିବା ବ୍ୟତୀତ ଲୋକମାନେ ମଙ୍ଗଳବାରରୁ ରବିବାର ପର୍ଯ୍ୟନ୍ତ ସପ୍ତାହରେ ଛଅ ଦିନ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ କମ୍ପ୍ଲେକ୍ସ ପରିଦର୍ଶନ କରିପାରିବେ। (ଗେଜେଟେଡ୍ ଛୁଟି ଦିନ ବ୍ୟତୀତ)
ସେହିପରି ପ୍ରତି ଶନିବାର ଦିନ ଲୋକମାନେ ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ ସକାଳ ୮ରୁ ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଗାର୍ଡ ପରିବର୍ତ୍ତନ ସମାରୋହକୁ ମଧ୍ୟ ଦେଖି ପାରିବେ। ଯଦି କୌଣସି ଶନିବାର ଏକ ଗେଜେଟେଡ୍ ଛୁଟି ଦିନଥିବ କିମ୍ବା ରାଷ୍ଟ୍ରପତି ଭବନ ଦ୍ୱାରା ଏହା ସୂଚିତ କରାଯିବ ତେବେ ଶନିବାର ଦିନ ଏହି ସମାରୋହ ହେବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/RB.jpg)