ରାଷ୍ଟ୍ରପତିଙ୍କ ଅଭିଭାଷଣ ଆଶାର ଉଚ୍ଛ୍ୱାସ ଭରିବା ସହ ଭବିଷ୍ୟରେ ଦେଶ ଅଗ୍ରଗତି ରାସ୍ତାର ନକ୍ସା ପ୍ରଦର୍ଶନ କରୁଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଜ୍ଞାପନ କରିବାକୁ ଯାଇ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି: ମାନ୍ୟବାର ରାଷ୍ଟ୍ରପତି ନୂଆ ଭାରତ ପରିକଳ୍ପନା ଉପରେ ଆଲୋକପାତ କରିଥିଲେ। ଆମେ ଏ ଶତାବ୍ଦୀର ତୃତୀୟ ଦଶନ୍ଧିରେ ପ୍ରବେଶ କରୁଥିବା ବେଳେ ସେ ଅଭିଭାଷଣ ପ୍ରଦାନ କରିଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଆଶାର ଉଚ୍ଛ୍ୱାସ ଭରିବା ସହ ଆଗାମୀ ଦିନରେ ଦେଶକୁ ଆଗେଇ ନେବା ନିମନ୍ତେ ରାସ୍ତାର ନକ୍ସା ଉପସ୍ଥାପନ କରୁଛି।

ଧନ୍ୟବାଦ ଭାଷଣରେ ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି, ଭାରତବାସୀ କେବଳ ସରକାର ପରିବର୍ତ୍ତନ କରି ନାହାନ୍ତି, ସେମାନେ ‘ସରୋକାର’କୁ ମଧ୍ୟ ପରିବର୍ତ୍ତନ କରାଇବାକୁ ଚାହିଁଛନ୍ତି। ଆମେ ଯଦି ପୁରାତନ ଧାରା ଓ ପ୍ରକ୍ରିୟାରେ ଚାଲି ଥାଆନ୍ତୁ ଧାରା ୩୭୦ କଦାପି ଇତିହାସ ହୋଇ ନ ଥାନ୍ତା। ତିନ୍‌ ତଲାକ୍‌ ଯୋଗୁଁ ମୁସଲମାନ ମହିଳାମାନେ ନିର୍ଯାତନା ଭୋଗୁ ଥାଆନ୍ତେ।

Image Source: Times of India

ଆମେ ପୁରୁଣା ଧାରାରେ କାମ କରିଥିଲେ, ରାମ ଜନ୍ମଭୂମି ମାମଲା ସମାଧାନ ହୋଇ ପାରି ନ ଥାନ୍ତା। କର୍‌ତାର୍‌ପୁରୁ କରିଡର୍‌ ସାକାର ହୋଇ ନ ଥାନ୍ତା। ଭାରତ-ବାଲାଂଦେଶ ଭୂମି ରାଜିନାମା ହୋଇ ନ ଥାନ୍ତା।

ସମସ୍ୟା ସମାଧାନ ନ ହୋଇ ପଡ଼ିରହିବା କଥାକୁ ଭାରତ ଆଉ ଅପେକ୍ଷା କରି ପାରିବ ନାହିଁ।  ତାଙ୍କ ସରକାର ସବୁ କଥାକୁ ଦୃଷ୍ଟି ଦେଇ ସମସ୍ୟା ସମାଧାନ ଲାଗି ତ୍ୱରିତ ନିଷ୍ପତ୍ତି ଗ୍ରହଣ କରୁଛି ବୋଲି କହିଛନ୍ତି  ପ୍ରଧାନମନ୍ତ୍ରୀ ମୋଦୀ।

ଦୂରତ୍ୱକୁ କାରଣ ବୋଲି ଦର୍ଶାଇ ବର୍ଷ ବର୍ଷ ଧରି ଉତ୍ତରପୂର୍ବାଞ୍ଚଳକୁ ଅବହେଳା କରାଯାଉଥିଲା। ଏବେ ସେଠାକାର ସ୍ଥିତି ବଦଳି ଯାଇଛି। ଉତ୍ତରପୂର୍ବ ବିକାଶର ଇଞ୍ଜିନ୍‌ ପାଲଟୁଛି। ବହୁ କ୍ଷେତ୍ରରେ ଅନେକ ବଡ଼ ବଡ଼ କାର୍ଯ୍ୟ ହେଉଛି।

ପିଏମ୍‌-କିଷାନ୍‌ ସମ୍ମାନ ଯୋଜନା ଅନେକ କୃଷକଙ୍କ ଜୀବନ ବଦଳାଇ ଦେଇଛି। ଏଥିରେ ମଧ୍ୟସ୍ଥ ନ ଥିବାରୁ ବହୁ ଚାଷୀ ଉପକୃତ ହୋଇଛନ୍ତି।
ଆର୍ଥିକ ନିଅଣ୍ଟ ସ୍ଥିତିକୁ ଆମେ ଆୟତ୍ତ କରିଛୁ। ଦରଦାମ ବୃଦ୍ଧି ମଧ୍ୟ ନିୟନ୍ତ୍ରଣରେ ରହିଛି। ଆମର ଲକ୍ଷ୍ୟ ହେଉଛି: ବୃହତ୍ତର ବିନିଯୋଗ। ଉନ୍ନତ ଭିତ୍ତିଭୂମି। ମୂଲ୍ୟବୋଧ ବୃଦ୍ଧି। ସର୍ବାଧିକ କର୍ମସଂସ୍ଥାନ ସୃଷ୍ଟି।

ସମ୍ବନ୍ଧିତ ଖବର