ନୂଆଦିଲ୍ଲୀ: ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସଂପର୍କରେ କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଦେଇଥିବା ବୟାନ ଏବେ ସଂସଦରେ ଝଡ଼ ସୃଷ୍ଟି କରିଛି। ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି କହିବା ପରେ ବିଜେପିର ବରିଷ୍ଠ ନେତ୍ରୀ ତଥା ମନ୍ତ୍ରୀ ସୃତି ଇରାନୀ ଅଧୀରଙ୍କର ଏହି ବୟାନ ବିରୋଧରେ ସଂସଦରେ ଖୁବ୍ ନିନ୍ଦା କରିଛନ୍ତି।
Sonia Gandhi, you sanctioned the humiliation of Droupadi Murmu. Sonia ji sanctioned humiliation of a woman in the highest constitutional post: Union minister Smriti Irani in Lok Sabha
Congress interim pres Sonia Gandhi was present in the House before it adjourned till 12 noon pic.twitter.com/rQZhCyD4yb
— ANI (@ANI) July 28, 2022
ନେତାଙ୍କ ଏହି ବୟାନକୁ ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କହିଛନ୍ତି, ‘ସୋନିଆ ଗାନ୍ଧୀ, ଆପଣ ଦୌପଦୀ ମୁର୍ମୁଙ୍କୁ ଅପମାନ କରିବାକୁ ଅନୁମତି ଦେଇଛନ୍ତି। ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ମହିଳାଙ୍କ ଅପମାନିତ କରିବାକୁ ସୋନିଆ ଗାନ୍ଧୀ ହିଁ ଅନୁମତି ଦେଇଛନ୍ତି।’
#WATCH | "He has already apologised," says Congress interim president Sonia Gandhi on party's Adhir Chowdhury's 'Rashtrapatni' remark against President Droupadi Murmu pic.twitter.com/YHeBkIPe9a
— ANI (@ANI) July 28, 2022
ସ୍ମୃତିଙ୍କ ଏହି ଆକ୍ଷେପ ଉପରେ ସୋସିଆ ଗାନ୍ଧୀ ତାଙ୍କର ସଫେଇ ଦେଇ କହିଛନ୍ତି ଯେ ଅଧୀର ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗି ସାରିଛନ୍ତି। ମାତ୍ର ଏଭଳି ମନ୍ତବ୍ୟକୁ ନେଇ ଅଧୀର ସାମାନ୍ୟ ବି ପଶ୍ଚାତାପ କରୁନାହାନ୍ତି। ସେ ତାଙ୍କ ସଫେଇରେ କହିଛନ୍ତି ଯେ ‘ମୁଁ ଉଦ୍ଦେଶ୍ୟମୂଳକ ଭାବେ କାହାକୁ କିଛି କହିନାହିଁ। ପାଟିରୁ ବାହାରି ଯାଇଥିବା ଶବ୍ଦକୁ ନେଇ ମୋତେ ଯଦି ଫାଶିିରେ ଚଢ଼ାଇବ ଚଢ଼ାଅ। ମାତ୍ର ମୁଁ ଭୁଲ୍ କରିନାହିଁ କି ସେଥିପାଇଁ ଭୁଲ୍ ମାଗିବି ନାହିଁ।’