ରାଷ୍ଟ୍ରପତି ଭବନ ଖାଦ୍ୟ ତାଲିକାରେ ରହିପାରେ ଓଡ଼ିଆଙ୍କ ପ୍ରିୟ ପଖାଳ, ଅଳୁ ଭର୍ତ୍ତା ଓ ଶାଗ ଭଜା

ନୂଆଦିଲ୍ଲୀ : ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ‌ଦ୍ରୌପଦୀ ମୁର୍ମୁ ଶପଥ ନେବା ପରଠାରୁ ରାଷ୍ଟ୍ରପତି ଭବନ ଖାଦ୍ୟ ତାଲିକା (ମେନୁ)ରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଓ ଆଦିବାସୀ ବ୍ୟଞ୍ଜନ ସାମିଲ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରାଷ୍ଟ୍ରପତି ଭବନ ଖାଦ୍ୟ ତାଲିକା (ମେନୁ)ରେ ପଖାଳ ଭାତ, ସଜନା ଶାଗ ଓ ଆଳୁ ଭର୍ତ୍ତା ବି ରହିପାରେ। ରା‌ଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ନିରାମିଷାଶୀ। ପିଆଜ କିମ୍ବା ରସୁଣ ଖାଆନ୍ତି ନାହିଁ। ରାଷ୍ଟ୍ରପତି ଭବନର ମେନୁରେ ଜଳଖିଆ, ଦ୍ବି ପହାର ଓ ରାତିର ମେନୁ କ’ଣ ହେବ ଏବଂ ଏଥିରେ ଓଡ଼ିଶା ଖାଦ୍ୟ ସ୍ଥାନ ପାଇବା ନେଇ ଚର୍ଚ୍ଚା ହେବା ସ୍ବାଭାବିକ ବୋଲି ଖାଦ୍ୟ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ରୁଚି, ବ୍ୟକ୍ତିଗତ ପସନ୍ଦ ଓ ସେମାନଙ୍କ ରାଜ୍ୟର ବ୍ୟଞ୍ଜନ ରାଷ୍ଟ୍ରପତି ଭବନ ପାକଶାଳାରେ ସ୍ଥାନ ପାଇଥାଏ। ଯାହାର କି ଏକାଧିକ ନଜିର ରହିଛି। ରାଷ୍ଟ୍ରପତି ଭବନରେ ଏ ଭଳି ଧାରା ୧୯୯୦ ରୁ ଆରମ୍ଭ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ଆର୍‌ ଭେଙ୍କଟରମଣଙ୍କ କାର୍ଯ୍ୟକାଳରେ ଦକ୍ଷିଣ ଭାରତୀୟ ଖାଦ୍ୟ ଇଡଲି ଓ ଉପମାକୁ ରାଷ୍ଟ୍ରପତି ଭବନର ନିୟମିତ ଖାଦ୍ୟ ତାଲିକାରେ ସ୍ଥାନ ପାଇଥିଲା। କେଆର୍‌ ନାରାୟଣନଙ୍କ କାର୍ଯ୍ୟକାଳରେ ଦକ୍ଷିଣ ଭାରତୀୟ ସ୍ନାକ୍ସ, ଏପିଜେ ଅବଦୁଲ କଲାମଙ୍କ ସମୟରେ ରସମ ରାଇସ, ଦହି ଭାତ, ଆଚାର ଓ ‌ଦୋସା ମେନୁରେ ସାମିଲ ହୋଇଥିଲା। ସେହିଭଳି ପ୍ରତିଭା ପାଟିଲଙ୍କ ଅମଳରେ ଉତ୍ତପମ ଓ ଦାଲ, ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ‌ରୋହି ମାଛ ଝୋଲ ଓ ଛେନା ମିଠା, ରାମନାଥ କୋବିନ୍ଦ ଲିଟି ଚୋଖାକୁ ମେନୁରେ ସାମିଲ କରାଯାଇଥିଲା।

 

ସମ୍ବନ୍ଧିତ ଖବର