ମଧ୍ୟାହ୍ନ ଭୋଜନରେ ମୂଷା; ଅସୁସ୍ଥ ହୋଇ ୯ ଛାତ୍ରଛାତ୍ରୀ ହସ୍ପିଟାଲ୍‌ରେ ଭର୍ତ୍ତି

ମୁଜଫରନଗର: ମଧ୍ୟାହ୍ନଭୋଜନର ବିକଳ ଚିତ୍ର । ସାରା ଦେଶରେ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନଭୋଜନରେ କିଭଳି ଖାଦ୍ୟ ଦିଆଯାଉଛି ତାହାର ଗୋଟିଏ ପରେ ଗୋଟିଏ ନଗ୍ନ ଚିତ୍ର ସାମ୍ନାକୁ ଆସୁଛି । କେଉଁଠି ମଧ୍ୟାହ୍ନଭୋଜନରେ ରୁଟି ଓ ଲୁଣ ତ ପୁଣି କେଉଁଠି ଗୋଟିଏ ବାଲଟି ପାଣିରେ ଗୋଟିଏ ଲିଟର କ୍ଷୀର ମିଶାଇ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନରେ ଦିଆଯାଇଛି । ଆଉ ଏହି ଘଟଣା ଶାନ୍ତ ପଡିନଥିବା ବେଳେ ମୁଜଫରନଗରରୁ ମଧ୍ୟାହ୍ନଭୋଜନର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି । ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆଯାଉଥିବା ମଧ୍ୟାହ୍ନଭୋଜନରେ ମଲା ମୂଷା ଦେଖିବାକୁ ମିଳିଛି । ଏପରିକି ଏହି ମଧ୍ୟାହ୍ନଭୋଜନ ଖାଇ ୯ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଏଭଳି ଅଭାବନୀୟ ଘଟଣା ମୁଜଫରନଗରର ଜନତା ଇଣ୍ଟର କଲେଜରେ ଦେଖିବାକୁ ମିଳିଛି । ମଙ୍ଗଳବାର ପିଲାଙ୍କୁ ମଧ୍ୟାହ୍ନଭୋଜନ ଖାଇବାକୁ ଦିଆଯାଇଥିଲା । ତେବେ ମଧ୍ୟାହ୍ନଭୋଜନ ଖାଇବା ପରେ ୯ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ଘଟଣାର ଯାଞ୍ଚ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ମଧ୍ୟାହ୍ନଭୋଜନ ଖାଇବାରେ ମଲା ମୂଷା ପଡିଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣାରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ସମ୍ବନ୍ଧିତ ଖବର